+୨ ଉପଶାସ୍ତ୍ରୀ ନାମ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ନାମ ପଞ୍ଜୀକରଣ ପାଇଁ ଯୋଗାଯୋଗ କରନ୍ତୁ -୯୯୩୮୩୮୩୬୪୯
ମୀନକେତନ ସ୍ମାରକୀ ସଂସ୍କୃତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ଜଗନ୍ନାଥପ୍ରସାଦ ,ନୂଆଗାଁ ,ନୟାଗଡ
ମନକୁ ପ୍ରଶିକ୍ଷିତ କରିବା ପାଇଁ ଧ୍ୟାନ କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ? ଭଗବାନ ଆଜି ଆମକୁ ଏହା ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି।
ଏକ ଆନନ୍ଦମୟ ଜୀବନ ନିର୍ବାହ କରିବା ପାଇଁ ମଣିଷକୁ ମାନସିକ ଶାନ୍ତି ଆବଶ୍ୟକ। ମନ ହେଉଛି ଏକ ଅଶାନ୍ତ ଗଙ୍ଗା। ଏହାକୁ ଗତି ନିରୋଧକ ବ୍ୟବହାର କରି ନିୟନ୍ତ୍ରଣ କରି ହେବ, ଯେପରି କ୍ଷୀପ୍ର ଗତିରେ ଚାଲୁଥିବା ଗାଡ଼ିରେ ବ୍ୟବହାର କରାଯାଇ ଥାଏ। ମନକୁ ନିୟନ୍ତ୍ରଣ କରିବା ପାଇଁ ଧ୍ୟାନ ହେଉଛି ଏକ ଗତି ନିରୋଧକ ଉପକରଣ। ଧ୍ୟାନ ହେଉଛି ଗୋଟିଏ ବିନ୍ଦୁ ଉପରେ ଏକାଗ୍ର ଚିତ୍ତ ହେବା। ମାନସିକ ଉତ୍ତେଜନା କାରଣରୁ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ। ସମଗ୍ର ବିଶ୍ବରେ ବିଭିନ୍ନ ପ୍ରକାର ରୋଗ ବ୍ୟାପକ ଭାବରେ ବଢ଼ି ଚାଲିବାର କାରଣ ହେଉଛି ମାନସିକ ଶାନ୍ତିର ଅଭାବ। ସମସ୍ତ ପ୍ରକାର ରୋଗରୁ ମୁକ୍ତ ହୋଇ ଏକ ସ୍ଥିର, ସ୍ବାସ୍ଥ୍ୟପ୍ରଦ ଜୀବନଯାପନ ଅତିବାହିତ କରିବା ପାଇଁ ମନୁଷ୍ୟକୁ ମାନସିକ ଶାନ୍ତି ବିକଶିତ କରିବାକୁ ପଡିବ। ମନୁଷ୍ୟର ମନ ଭିତରେ ତିନି ପ୍ରକାର କ୍ଷମତା ରହିଛି। ଗୋଟିଏ ହେଉଛି ଅନେକାଗ୍ରତା (ଅସ୍ଥିର ମନ), ଦ୍ୱିତୀୟ ହେଉଛି ଶୂନ୍ୟତା ( ଖାଲି ) ଓ ତୃତୀୟ ହେଉଛି ଏକାଗ୍ରତା ( ଗୋଟିଏ ବିନ୍ଦୁ ଉପରେ ଏକାଗ୍ରତା)। ଶୂନ୍ୟତା କଣ? ଏହା ଏପରି ଏକ ସ୍ଥିତି ଯେଉଁଠାରେ କିଛି ଉପଦେଶ ଶୁଣିବା ସମୟରେ ମନ ନିଦ୍ରାଗ୍ରସ୍ତ ହୋଇଯାଏ। ଉତ୍ତମ ଏବଂ ଲାଭ ଦାୟକ ବିଷୟ ପ୍ରତି ମଧ୍ୟ ମନର କୌଣସି ପ୍ରତିକ୍ରିୟା ନ ଥାଏ। ଏହି ପ୍ରକାର ମନର ସ୍ଥିତିକୁ ତାମସିକ ବୋଲି କୁହାଯାଏ। ଏହା ହେଉଛି ଅଜ୍ଞାନରେ ଅନ୍ଧ। ଅନେକଗ୍ରତା ମଧ୍ୟ ଏକ ଅଦରକାରୀ ମାନସିକ ସ୍ଥିତି। ଏହା ମଧ୍ୟ ମନୁଷ୍ୟର ଅବନତି କରାଇଥାଏ। ଗୋଟିଏ ବିନ୍ଦୁ ଉପରେ ଧ୍ୟାନ ବା ଏକାଗ୍ରତା। ଆଜି ସମସ୍ତଙ୍କ ପାଇଁ ଏହାର ଆବଶ୍ୟକତା ଅଧିକ ଅଟେ।
- ଦିବ୍ୟ ସମ୍ଭାଷଣ, ଜାନୁୟାରୀ ୧୪, ୧୯୮୮
ଆନ୍ତରିକ ଶାନ୍ତିର ମଧୁର ଅନୁଭବ ଧ୍ୟାନର ଫଳରୁ ନିର୍ଗତ ହୋଇଥାଏ।
0 Comments