ନିଦ ହଜାଇଲା ହାଇକୋର୍ଟଙ୍କ ନିର୍ଦ୍ଦେଶ: ୩ ମାସରେ ଖାଲି ହେବ ସରକାରୀ ଜମି


 ବର୍ଷବର୍ଷ ଧରି ସରକାରୀ ଜମି ମାଡ଼ି ବସିଥିବା, ବଡ଼ବଡ଼ିଆଙ୍କ ନିଦ ହଜାଇ ଦେଇଛନ୍ତି ହାଇକୋର୍ଟ । କାରଣ ୩ ମାସ ମଧ୍ୟରେ ସରକାରୀ ଜମି ଜବରଦଖଲମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୟୂରଭଞ୍ଜ ଅଞ୍ଚଳର ଏକ ସରକାରୀ ଜମି ଜବରଦଖଲ ମାମଲାରେ ଏହି ଐତିହାସିକ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମଏସ ରମଣଙ୍କ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ । 

ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ରାୟର ନକଲ । ମୟୂରଭଞ୍ଜରେ ପ୍ରାୟ ୧ ଏକର ସରକାରୀ ଜମିକୁ ମାଡ଼ିବସିଥିବା ଅଭିଯୋଗ ହୋଇଥିଲା । ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ହାଇକୋର୍ଟରେ ପହଞ୍ଚିଥିଲା ଜନସ୍ୱାର୍ଥ ମାମଲା । ଏହାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ ଏମ୍‌ଏସ୍‌ ରମଣଙ୍କ ଖଣ୍ଡପୀଠ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜବରଦଖଲରେ ସରକାରୀ ଜମି 

ରାଜ୍ୟର ୧୧ ଲକ୍ଷ ୨୦ ହଜାର ହେକ୍ଟରରୁ ଅଧିକ ଏକର ଜମି ଜବରଦଖଲକାରୀଙ୍କ କବଜାରେ 
ମୋଟ ୨୦, ୪୩୫ ଏକର ଅନାବାଦୀ ଜମି ଜବରଦଖଲ ହୋଇଛି
୧୦ ହଜାର ୯୭୧.୧୧୨ ଏକର ଗୋଚର ଜମି ହୋଇଛି ଜବରଦଖଲ  
ରାଜ୍ୟରେ ଯାଜପୁରରେ ସର୍ବାଧିକ ୭, ୧୬୦ ଏକର ଅନାବାଦୀ ଜମି ମାଡ଼ି ବସିଛନ୍ତି
ଅନୁଗୁଳରେ ସର୍ବାଧିକ ୨ହଜାର ୯୧୪.୪୨୪ ଏକର ଗୋଚର ଜମି କବଜାରେ ରହିଛି
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସବୁ ସରକାରୀ ଜମି ଜବରଦଖଲମୁକ୍ତ ହେବ ବୋଲି ଆଶା କରାଯାଉଛି । 

Post a Comment

0 Comments