ବିକଶିତ କୃଷି ସଂକଳ୍ପ ଅଭିଯାନ ବୈଠକ

 



ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଏବଂ ଢେଙ୍କେଣା ପଂଚାୟତରେ “ବିକଶିତ କୃଷି ସଂକଳ୍ପ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ ଏବଂ କୃଷି ବିଜ୍ଞାନ କେନ୍ଦ୍ର ସହଭାଗିତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଡିପିଆର ପ୍ରମୁଖ ବୈଜ୍ଞାନିକ ଡ. ଏସ୍‌. ସି. ଗିରି, ବୈଜ୍ଞାନିକ ଡ. ଅଜିତ୍ କୁମାର ନାୟକ, ନୟାଗଡ କେଭିକେର ବୈଜ୍ଞାନିକ ଡ. ଅନିଲ୍ ସ୍ବାଇଁ, ଡ. ଗୀତାଞ୍ଜଳୀ ସୁବୁଦ୍ଧି, ଦେବାଶିଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ। କୃଷକ ମାନଙ୍କ ସହିତ ବୈଜ୍ଞାନିକ ଏବଂ ପଦାଧିକାରୀ ବୃନ୍ଦ ବିଭିନ୍ନ ବୈଷୟିକ ଯୁଗପୋଯୋଗୀ ଜ୍ଞାନ କୌଶଳ ବିଷୟରେ ଆଲୋଚନା କରିବା ସହିତ ନୂତନ ବିହନ ଡ୍ରୋନ ପଦ୍ଧତିରେ ସାର ଓୗଷଧ ସିଂଚନ, ଜୈବିକ ଚାଷ ଏବଂ ଉନ୍ନତ ଜଳ ସେଚନ ପଦ୍ଧତି ବିଷୟରେ ବୁଝାଇଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ପଂଚାୟତ ସମିତି ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଗାତେରୀ ପଂଚାୟତ ସମିତିସଭ୍ୟା ହରପ୍ରିୟା ଦାସ, ନାଏବ ସରପଂଚ ପ୍ରଶାନ୍ତ କୁମାର ଗନ୍ତାୟତ, ଢେଙ୍କେଣା ପଂଚାୟତ ସରପଂଚ ଯୁଗଳ କିଶୋର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନୂଆଗାଁ ଗୋଷ୍ଠୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ସଂଯୋଜନା କରିଥିବା ବେଳେ ନୂଆଗାଁ ସହକାରୀ ଉଦ୍ୟାନ କୃଷି ଅଧକାରୀ ଆଦ୍ୟାଶା ଦାସ ଧନ୍ୟବାଦ ଜ୍ଞାପନା କରିଥିଲେ। ନୂଆଗାଁ କୃଷି ଅଧିଦର୍ଶିକା କୁମୁଦିନୀ ଦେଇ, ଗ୍ରାମ୍ୟ କୃଷି କର୍ମଚାରୀ ସୁନୀତା ନାୟକ, ବିକାଶ ପଣ୍ତା, ଏଟିଏମ୍ ବଦ୍ରି ସ୍ବାଇଁ ଏବଂ ବିରଂଚି ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଉଭୟ ପଂଚାୟତରେ ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।


Post a Comment

0 Comments