ଭୁବନେଶ୍ବର: ସରକାରୀ କର୍ମଚାରୀ ଓ ଅଧିକ ରୋଜଗାର ଥିବା ରାସନ କାର୍ଡ ପାଇଥିଲେ ତାହାକୁ ନିଜଆଡ଼ୁ ଫେରାଇବା ଲାଗି ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ଯାଞ୍ଚ ସମୟରେ ଧରାପଡ଼ିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟ ସରକାରଙ୍କ ଏହି ଧମକ ପରେ ରାଜ୍ୟରେ ରାସନ କାର୍ଡ ଫେରାଇବା ଓ କାଟିବା କାମ ଆରମ୍ଭ ହୋଇଥିଲା। ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଏଚ୍ଏମ୍ଆରଏସ୍ରେ ଥିବା ସରକାରୀ କର୍ମଚାରୀଙ୍କ ତଥ୍ୟ ଜିଲ୍ଲାମାନଙ୍କୁ ଯାଞ୍ଚ କରିବା ପାଇଁ ପଠାଯାଇଥିଲା। ତହିଁରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ହଜାର ୪୪୨ଜଣ ସରକାରୀ କର୍ମଚାରୀ ଓ ଅଧିକ ଆୟ ଥିବା ୮ହଜାର ୧୫୦କୁ ମିଶାଇ ୨୬ହଜାର ୫୯୨ଜଣଙ୍କ ରାସନ କାର୍ଡ କଟି ଯାଇଥିବା ସୂଚନା ମିଳିଛି
0 Comments