କନ୍ଧମାଳ, ୨୦୨୩ ମସିହା ଏସିଡ ଆକ୍ରମଣ କାରୀ କୁ ୧୨ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଜୋରିମାନା

 


ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରିତିଶ କୁମାର ରାଉତରାୟ ଏସିଡ ଫିଙ୍ଗା କେଶ ରେ ଆସାମୀ ପ୍ରମୋଦ କୁମାର ସାହୁ (୬୦ ) ପଟାବାଲି ସାହି, ଫୁଲବାଣୀ ଙ୍କୁ ୧୨  ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି | ୨୮ /୧୨ /୨୦୨୩ ତାରିଖ ଦିନ ୧.୩୦ ସମୟରେ ଫୁଲବାଣୀ ସାହି ର ସୁରଜ କୁମାର ମହାନ୍ତି , ଫୁଲବାଣୀ ଶଶୀ ପାନ ଦୋକାନ ଛକ ଠାରେ ଠିଆ ହୋଇ ଥିଲାବେଳ ଆସାମୀ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗି ଥିଲା ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତି ଘଟଣା ଜାଗାକୁ ଆସି ପହଁଚିଲା ପରେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗି ଥିଲା | ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ, ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲ କୁ ନେଇ ଥିଲେ | ଆସାମୀ କୁ ସେଠାରେ ଥିବା ଲୋକ କାବୁ କରି ପୋଲିସ ର ଜିମା ଦେଇଥିଲେ| ୧୭  ଜଣ ସାକ୍ଷୀ ଓ ପ୍ରତକ୍ଷଦର୍ଶୀ ବୟାନ କୁ ଭିତ୍ତି କରି ଅଦାଲତ ଅଭିଯୁକ୍ତ ପ୍ରମୋଦ ସାହୁ କୁ ଦୋଷୀ ସାବ୍ୟସ୍ତ କରିଛନ୍ତି | ଅତିରିକ୍ତ ଜିଲ୍ଲା ଦୌରାଜଜ, ଦୋଷୀକୁ ସଶ୍ରମ କାରାଦଣ୍ଡ ସହିତ ୫୦୦୦୦  ଟଙ୍କା ଜରିମାନା ମଧ୍ୟ କରିଛନ୍ତି , ଜରିମାନା ଅନାଦେୟ 6 ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି |

Post a Comment

0 Comments