ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ଜଣେ ମୃତ


 ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ଜଣେ ମୃତ

ନୂଆଗାଁ ଥାନା ମାଇଛେଳି ପଂଚାୟତ ସମ୍ପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବର୍ଷାରେ ଭିଜିକି ଥିବା ଏକ ମାଟି କାନ୍ଥ ଜଣେ ବ୍ୟକ୍ତିଙ୍କ ଉପରେ ମାଡି ବସିବାରୁ ତାଙ୍କର ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସଂପଡା ଗ୍ରାମର ରବି ନାୟକ (୫୮) ପୁରୁଣା ମାଟି ଘରକୁ ଭାଙ୍ଗି ନୂତନ ଘରକାମ ଆରମ୍ଭ କରିଥିଲେ। ଆଜି ଶ୍ରମିକ ମାନେ ଘର ନିର୍ମାଣ କାମ ଶେଷ କରି ଯିବା ପରେ ଅପରାହ୍ନ ସମୟରେ ରବି ନିର୍ମାଣ ସ୍ଥାନକୁ ଯାଇଥିଲେ। ଆଜି ସଂପଡା ଅଂଚଳରେ ବର୍ଷା ହୋଇଥିବା ବେଳେ ପୂର୍ବରୁ ବର୍ଷାରେ ଭିଜିକି ଥିବା କାନ୍ଥ ରବିଙ୍କ ଉପରେ ମାଡି ବସିଥିଲା। ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରୁ ରବିଙ୍କୁ ଉଦ୍ଧାର କରି ଏକ କାର ଯୋଗେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ରବିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Post a Comment

0 Comments