ନୂଆଗାଁ ଥାନା ମାଇଛେଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂପଡା ନିକଟରୁ ନୟାଗଡ଼ ମୋବାଇଲ ସ୍କ୍ୱାର୍ଡ ଟିମ ସକାଳ ୯ ଘଟିକା ସମୟରେ ୪ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ବିହାର ରାଜ୍ଯ ବୈଶାଳୀ ଅଞ୍ଚଳର ଚନ୍ଦନ କୁମାର (୨୮) ବୋଲି ଜଣାପଡିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୪୦ ହଜାର ହେବ ବୋଲି କୁହାଯାଇଛି। ତେବେ ନୂଆଗାଁ ଦେଇ ଯାଇଥିବା ଖୋର୍ଦ୍ଧା–ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଗଞ୍ଜେଇ ବେପାରୀଙ୍କ ପାଇଁ ଚରାଭୂଇଁ ପାଲଟିଥିବା ଜଣାପଡିଛି। ଏହି ଚଢାଉରେ ନୟାଗଡ଼ ମୋବାଇଲ ସ୍କ୍ୱାର୍ଡର ଆଇଆଇସି ଦୀପକ କୁମାର ଜେନା, ଏସଆଇ ସୁଶାନ୍ତ କୁମାର ମହାପାତ୍ର, ଷ୍ଟାପ ଦେବୀ ପ୍ରସାଦ ପାଣି, ନୀଳ ଲୋହିତ ମଲ୍ଲିକ, ଶୁଭଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ
0 Comments