ଆଜି ପ୍ରକାଶ +୨ ପାଇଛି ଉପଶାସ୍ତ୍ରୀ ପରୀକ୍ଷା ଫଳାଫଳ

 



ନୟାଗଡ ଜିଲ୍ଲା (ନୂଆଗାଁ )ଚଳିତ ବର୍ଷ +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ନୂଆଗାଁ ବ୍ଲକ ମଧ୍ୟରେ ଥିବା ଏକ ମାତ୍ର ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ଯମିକ ବିଦ୍ୟାଳୟ ,ଜଗନ୍ନାଥପ୍ରସାଦ । ଯାହାକି ସୋରଡା ପଂଚାୟତ ମଧ୍ୟରେ ଅବସ୍ଥିତ । ଚଳିତ ବର୍ଷ  ଉପଶାସ୍ତ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇ ଅଛି । ସୂଚନା ମୁତାବକ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ଯମିକ ବିଦ୍ୟାଳୟ ର ସମୁଦାଯ ୭୩ ଛାତ୍ର ଛାତ୍ରୀ ଚଳିତ ବର୍ଷ ପରୀକ୍ଷା ନାମ ପଞ୍ଜୀକରଣ କରିଥଲେ । ସେଥିମଧ୍ୟରୁ ୭ ଜଣ ଅନୁପସ୍ଥିତ ରହିଥିବା ବେଳେ ୬୪  ଜଣ ପରୀକ୍ଷାର୍ଥୀ ପରକ୍ଷା ଦେଇଥିଲେ । ଆଜି ପ୍ରକାଶିତ ପରୀକ୍ଷା ରେ ପ୍ରଥମ ସ୍ଥାନରେ ୪୨ ,ଦିତୀୟ ସ୍ଥାନରେ ୨୨ ଜଣ ପାସ ହୋଇଥିବା ବେଳେ ୨ ଜଣ ଫେଲ ହୋଇଛନ୍ତି ।
                                              
ବିଦ୍ୟାଳୟର ଛାତ୍ରୀ ମିତା ନାଏକ  ୪୮୮ ମାର୍କ ରଖି ବିଦ୍ୟାଳୟ ଟପର ହୋଇଅଛନ୍ତି ।ସେ ବୌଦ୍ଧ ଜିଲ୍ଲା ନୂଆପଡ଼ା ଗ୍ରାମରୁ ଆସି ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ଯମିକ ବିଦ୍ୟାଳୟ ପାଠ ପଢୁଥିଲେ ।  



Post a Comment

0 Comments