ନୟାଗଡ ଜିଲ୍ଲା ନୂଆଗାଁ ସଦର ମହାକୁମାରେ ଥିବା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆଜି ବଜ୍ରପାତରୁ ସୁରକ୍ଷା ସଚେତନା କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । । ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏହି କାର୍ମଶାଳା ଅନୁଷ୍ଠିତ ହୋଇଥିଲା । ବଜ୍ରପାତ ସମୟରେ କିଭଳି ସଚେତନ ରହିଲେ ଧନଜୀବନସୁରକ୍ଷିତ ରହିପାରିବ ସେ ନେଇ ଏହି କାର୍ମଶାଳା ପ୍ରଶିକ୍ଷଣ ଦିଆ ଯାଇଥିଲା ।ଛାତ୍ର ଛାତ୍ରୀ ମାନେ ହାତରେ ସଚେତନ ବ୍ୟାନର ଓ ଶ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରାଯାଇ ଜନସାଧରଣଙ୍କୁ ସଚେତନ କରଯାଇଥିଲା । ବର୍ଷା ବିଜୁଳି ସମୟରେ କଣ କଣ ସବୁ ସାବଧାନତା ଅବଲମ୍ବନ କରାଯାଇପାରିବ ଯାହା ଦ୍ବାରା ସମସ୍ତେ ସୁରକ୍ଷିତ ରହିପରିବେ ସେ ବାର୍ତା ଦିଆଯାଇଥିଲା । ଅଜିର ଏହି କର୍ମଶାଳାରେ ନୂଆଗାଁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ସମେତ ଶିକ୍ଷୟତ୍ରୀ କାଜଲ ପ୍ରିୟଦର୍ଶିନୀ ,ସୁଶମା ସାହୁ ,ଶିକ୍ଷକ ଭରତ ମଙ୍ଗଳ ,ଅଜୟବିକ୍ରମ ବେହେରା ,ତୁଷାର ମିଶ୍ର ,ମର୍କନ୍ଦ କାର୍ଜୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
0 Comments