ସ୍ୱାଭିମାନ ଦିବସ.



ନୂଆଗାଁ RB ଟିୟୁଟରିଆଲ ମଧ୍ୟରେ ଆନୁଷ୍ଠାନିକ ଭାବେ ଦୈନିକ ଖବର କାଗଜ ସମ୍ବାଦ ଅନୁକୁଲ୍ୟରେ ସ୍ୱାଭିମାନ ଦିବସ ଅନୁଷ୍ଠିତ ହୋଇଯାଇଛି. ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ଡିଗ୍ରୀ କଲେଜର ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ସମ୍ବାଦ ନୂଆଗାଁ ବ୍ଲକ ପ୍ରତିନିଧି ବିଶ୍ୱଜିତ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହିଥିଲେ. ପ୍ରାରମ୍ଭରେ ରମେଶଚ ଚନ୍ଦ୍ର ପ୍ରଧାନ ଆଜିର ଦିନଟି କଣ ପାଇଁ ଉତ୍କଳ ଗୌରବ ମଧୁସୁଧନ ଦାସ ଙ୍କ ଜନ୍ମଜୟନ୍ତୀ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଉଛି ତା ବିଷୟରେ ଆଲୋଚନ କରିଥିଲେ. ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅଭିଭାଷଣ ଦିଆଯାଇଥିଲା. ଅଧ୍ୟାପକ ପ୍ରଧାନ ମଧୁବାବୁଙ୍କର ଓଡ଼ିଆଙ୍କ ପାଇଁ କରିଥିବା ସମସ୍ତ ସ୍ୱାଭିମାନୀ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଭବେ ଆଲୋଚନା କରିଥିଲେ. ଯେପରିକି ଉତ୍କଳ ସମିଳନୀ, କଟକର ସୁନାରୂପାର ତାରକସି କାମ, ଉତ୍କଳ ଟ୍ୟାନେରୀ ଭଳି ବହୁ ଉଦେଶ୍ୟ ମୂଳକ କାର୍ଯ୍ୟ ଏବଂ ଓଡିଆ ଭାଷା , ସାହିତ୍ୟ କୁ ଉଜୀବିତ ରଖିବାରେ ମଧୁବାବୁଙ୍କ ଭୂମିକା, ତ୍ୟାଗ ବିଷୟରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ. ଶେଷରେ ସମ୍ବାଦ ବ୍ଲକ ପ୍ରତିନିଧି ବିଶ୍ୱଜିତ ଖଣ୍ଡୁଆଳ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଜିର କାର୍ଯ୍ୟକ୍ରମକୁ ସମାପ୍ତି କରିଥିଲେ.

Post a Comment

0 Comments