ନୟାଗଡ଼ ଜିଲ୍ଲା କୋରଡ଼ା ଗଡ଼ ଲଙ୍କାପୋଡି ଯାତ୍ରା ଉଦଯାପିତ ହୋଇଯାଇଛି. ଅନୁଷ୍ଠାନିକ ଭାବରେ କୋରଡ଼ା ଲଙ୍କାପୋଡି ମହୋତ୍ସଵ କମିଟି ଆନୁକୂଲ୍ୟରେ ଏହି ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା. କଳାବୈଶାଖୀର କରାଳ ରୂପ ଦେଖାଇ ଥିଲେ ମଧ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା. ପ୍ରଥମ ଦିନ ବର୍ଷା ଅତ୍ୟଧିକ ହୋଇଥିଲେ ମଧ୍ୟ ବିଳମ୍ବିତ ରାତିରେ ମେଲୋଡି କାର୍ଯ୍ୟକ୍ରମ ଝୁମିଥିଲେ କୋରଡ଼ା ବାସି. ଦ୍ୱିତୀୟ ଦିନଟି ଆରମ୍ଭ ହୋଇଥିଲା ଅପରାହ୍ନ ୫ଘଟିକାରେ ଆରମ୍ଭ ହୋଇଥିଲା. ନୂଆଗାଁ ସମ୍ବାଦ ସାହିତ୍ୟ ଘର ଦ୍ୱାରା କବିତା ଆସର ହୋଇଥିଲା. ଅଂଚଳର ଲେଖକ, କବି, କବୟିତ୍ରୀ, ବୁଦ୍ଧିଜୀବୀ, ଗ୍ରାମର କଳାକାର ମାନେ ମଞ୍ଚରେ ମଞ୍ଚସ୍ଥ ହୋଇ କୋରଡ଼ା ଗଡ଼ର କଳା, ସଂକୃତି, ଇତିହାସ କୁ ନିଜ କବିତା ମାଧ୍ୟମରେ ଆବୃତ୍ତି କରିଥିଲେ. ଯାହାକି ଅଞ୍ଚବାସୀଙ୍କୁ ବହୁଆନନ୍ଦ ଦେବା ସହିତ ଯୁବ ପିଢିଙ୍କୁ ଏହି କୋରଡ଼ା ଗଡ଼ର ଐତିହର ପରିଚୟ ଦେଇଥିଲେ. ସଂନ୍ଧ୍ୟାରେ ସଭାର ଆୟୋଜନ ହୋଇଥିଲା.ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି କୋରଡ଼ା ଗଡ଼ର ଐତିହ୍ୟ ପରମ୍ପରାକୁ ବୁଝାଇ ଥିଲେ. ତତ ପରେ ଦଶପଲ୍ଲା ଓ ଭୁବନେଶ୍ୱର ଆସିଥିବା କଳାକାର ମାନଙ୍କ ଦ୍ୱାରା ନୃତ୍ୟ, ନାଟକ ପରିବେଷଣ ହୋଇଥିଲା. ଯାହାକି ସଭଙ୍କ ମନ ମହିଥିଲା, ଗଡ଼ବାସୀ ଭରପୁର ଆନନ୍ଦ ନେଇଥିଲେ.ଆଜି ଥିଲା ଐତିହାସିକ କୋରଡ଼ା ଲଙ୍କାପୋଡି ମହୋତ୍ସବର ଅନ୍ତିମ ଦିବସ ଉଦଯାପନୀ ଦିବସ. ପୁଣି ପ୍ରାରମ୍ଭରେ ଦାଉ ସାଝିଲା କାଳବୈଶାଖୀ. ଅପରାହ୍ନ ୪ଘଟିକାରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲେ ମଧ୍ୟ ୭ଘଟିକା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦଶପଲ୍ଲା ଡ୍ୟାନ୍ସ ଏକାଡେମୀ ଦ୍ୱାରା ସୁନ୍ଦର ନୃତ୍ୟ ପରିବେଷଣ ହୋଇଥିଲା.ସନ୍ଧ୍ୟାରେ ଅନ୍ତିମ ଉଦଯାପନୀ ସଭାର ଆୟୋଜନ ଅନୁଷ୍ଠିତ ହୋଇଥିଲା. ଆଜିର ମଞ୍ଚକୁ ଶିକ୍ଷକ ଶ୍ରୀଧର ପରିଚାଳନା କରିଥିଲେ. ଉକ୍ତ ସଭାରେ ମୁଖ୍ୟ ଅତିଭାବେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା,ସନ୍ନମାନୀତ ଅତିଥି ଭାବେ ସଭାପତି ଲଙ୍କାପୋଡି ମହୋତ୍ସବ ସଭାପତି ଗାଲେଖ ବିହାରୀ ଗୋଛାୟତ ,ଦଶପଲ୍ଲା ବ୍ଲକ ଅଧକ୍ଷା ସୁନନ୍ଦା ସାହୁ, ଏନସି ଅଧକ୍ଷା ପୁନମ ପ୍ରିୟଦର୍ଶିନୀ , ନୂଆଗାଁ ବିଡ଼ିଓ ଅମୃତ କୁମାର ରାଉଳ,ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଅଧ୍ୟାପକ ଭିକାରୀ ଚରଣ ସ୍ୱାଇଁ,ସମ୍ପାଦକ ଭଗବାନ ପ୍ରଧାନ, ଗ୍ରାମ ସଭାପତି ପ୍ରମୋଦ କୁମାର ଦାସ, କୋରଡ଼ା ସରପଞ୍ଚ ନିରୁପମା ପାତ୍ର.ସମାଜ ସେବି ଶଙ୍କର୍ଷଣ ବେହେରା, ଶିକ୍ଷାବିତ ପ୍ରଫୁଲ ବାରିକ, ସମିତିସଭ୍ୟ କୋରଡା ମଂଚାସୀନ ହୋଇଥିଲେ। ମଂଚାସୀନ ଅତିଥିମାନଙ୍କୁ ଫୁଲ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା. କୋରଡ଼ା ଗ୍ରାମର ଯୁବତୀ ମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ ହୋଇଥିଲା.ରାମାୟଣ ନାଟକରେ ଅଭିନୀତ କରିଥିବା ବିଭିନ୍ନ କଳା କାରଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା.ମହୋତ୍ସଵ ଦ୍ବାରା ପତ୍ରିକା ପୁଷ୍ପକ ଉନ୍ମୋଚିତ ହୋଇଥିଲା ।
କୃଷ୍ଣ ମୂର୍ତ୍ତି ଚୌଧୁରୀ ସନ୍ନ୍ନମାନୀତ କରାଯାଉଥିଲା, ମଂଚାସୀନ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ତତ ସହିତ ସମସ୍ତ କମିଟି ମେମ୍ବର, ସ୍ଥାନୀୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଶେଷରେ ମହୋତ୍ସବ କମିଟି ସଭାପତି ଗୋଲକେଖ ଗୋଛାୟତ ଧନ୍ୟବାଦ ଅର୍ପଣ କରି ସଭାଟି ଉଦଯାପିତ ହୋଇଥିଲା.ସ୍ଥାନୀୟ କଳାକାର ମାନଙ୍କୁ ନେଇ ନୃତ୍ୟ ପରିବେଷଣ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ସ୍ଥାନୀୟ ସରପଞ୍ଚ ପୁରସ୍କାର ଦେଇ ଥିଲେ । ସବ ଶେଷରେ କୋରଡ଼ା ଗଡ ଯୁବକ ମାନଙ୍କ ଦ୍ବାରା ସାମାଜିକ ନାଟକ ଜୀବନ ଭାସୁଛି ଆଖୀ ଲୁହରେ ପରିବେଷଣ ହୋଇଥିଲା ।
0 Comments