ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୃଷି ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଆଜି ନୂଆଗାଁ କୃଷି ଉଦ୍ୟାନ କାର୍ଯ୍ୟାଳୟ ମଧ୍ୟରେ ୨ଦିନିଆ କୃଷି କର୍ମଶାଳା ଆରମ୍ଭ ହୋଇଯାଇଛି. ମୁଖ୍ୟ ଅତିଥିଭାବେ ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ , ଓୟୁଏଟି ଅବସରପ୍ରାପ୍ତ କୃଷିବିଜ୍ଞାନୀ, ଅର୍ଜୁନ ପୃଷ୍ଟି, ପରିବେଷବିତ ଅନ୍ତର୍ଯ୍ୟାମୀ ମିଶ୍ର, ଅବସରପ୍ରାପ୍ତ ସହକାରୀ ଉଦ୍ୟାନ ପ୍ରଶିକ୍ଷକ ତାରେଶ୍ୱର ପାଣି, ସଫଳ ଛତୁ ଚାଷୀ ଲଷ୍ମୀଧର ସାହୁ, ନୂଆଗାଁ ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ଅଜିତ କୁମାର ନାୟକ ମଂଚାସୀନ ହୋଇଥିଲେ. ଏହି କର୍ମଶାଳାର ମୁଖ୍ୟ ଉଦେଶ୍ୟ ଉଦ୍ୟାନ ବିଭାଗର ବିଭିନ୍ନ କୃଷି ଯୋଜନାର ସୂଚନା ଏବଂ କୃଷି ପ୍ରଣାଳୀକୁ କୃଷକ ମାନଙ୍କୁ ସଚେତନତ କରିବା. ନୂଆଗାଁ ବ୍ଲକ ବିଭିନ୍ନ ପଂଚାୟତରୁ ଶତାଧିକ ଚାଷୀ ଯୋଗଦେଇ ଛନ୍ତି।କୋରଡ଼ା, ଶିକ୍ରୀଡା, ନୂଆଗାଁ, ମାଇଛେଳି, ମାଳିସାହି, ମହୀପୁର, ପାରାଢ଼ିପି, ବଡଗୋଠ, ଢ଼େକେଣା, ସିଙ୍ଗାରପଲି, ଗତେରୀ, ବାହାଡଝୋଲା, ଯାକେଡ଼ା ପଂଚାୟତରୁ ଚାଷୀ ମନେ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହିଥିଲେ।ଶ୍ରୀ ପ୍ରଫେସର ବିଭିନ୍ନ କୃଷି ଯୋଜନାକୁ ସରଳ ସୁନ୍ଦର ଭାବରେ ଚାଷୀ ମନଙ୍କୁ ପ୍ରଶିକ୍ଷଣ ଦେଇଥିଲେ.କୃଷି ଉଦ୍ୟାନ ଅଧିକାରୀ ଅଜିତ କୁମାର ନାୟକ ବିଭିନ୍ନ ଫଳ ଚାଷର କାର୍ଯ୍ୟପ୍ରଣାଳୀ କୁ ପୁଙ୍ଖାନୁ ପୁଙ୍ଖ ଭବାରେ ଉପସ୍ଥାପନକରିଥିଲେ. ବର୍ଷ ଆରମ୍ଭରୁ କିଭଳି ବୃକ୍ଷ ରୋପଣ କରିବା ସହିତ ଗଛର ସଠିକ ଉପଚାର ସମ୍ପର୍କରେ ବୁଝାଇଥିଲେ.ଭଣ୍ଡା, ପିଜୁଳି, ଷ୍ଟବେରୀ, କଦଳୀ, ଭଣ୍ଡା, ବଢୁଆଳ, ଆଳୁ, ବରକୋଳି, ପିଆଜ, ରସୁଣ, ଅଦା ଭଳି ବିଭିନ୍ନ କୃଷି ପ୍ରଣାଳୀ ଉପରେ ବୁଝାଇ ଥିଲେ. ଚାଷୀ ଲଷ୍ମୀଧର ସାହୁ ଛତୁ ଚାଷ ପ୍ରଣାଳୀକୁ ବିସ୍ତିର୍ଣ୍ଣ ଭବାରେ ଚାଷୀଙ୍କୁ ବୁଝାଇ ଥିଲେ. ଛତୁ ଚାଷର ଆଦ୍ରତା, ମଞ୍ଜି, ବେଡ଼ ପ୍ରଣାଳୀ ବିଷୟରେ ବିସ୍ତିର୍ଣ୍ଣ ଭାବରେ ବୁଝାଉଥିଲେ.
0 Comments