ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ ଉଦଘାଟିତ ହୋଇଯାଇଛି। ଅପରାହ୍ନରେ ମଂଚ ପୂଜା କରାଯାଇ ସ୍ଥାନୀୟ କଳାକାର ଓ କୁନି କୁନି ପ୍ରତିଭାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥୁଥିଲା। ଏହାପରେ ସଂଧ୍ୟା ୬ ଘଟିକା ଭାବେ ସମୟରେ କନ୍ଧମାଳ ସାଂସଦ ତଥା ନୂଆଗାଁ ମହୋତ୍ସବ କମିଟି ଓ ପଲ୍ଲିଶ୍ରୀ ମେଳାର ଅଧ୍ୟକ୍ଷ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ବରେଣ୍ୟ ଅତିଥ ମାନ୍ୟବର ମନ୍ତ୍ରୀ (ରାଜସ୍ବ ବିପଜର୍ଯ୍ୟ ପରିଚାଳନା) ସୁରେଶ କୁମାର ପୂଜାରୀ, ମାନ୍ୟବର ମନ୍ତ୍ରୀ ( ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ) ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ରବିନାରାୟଣ ବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଦଶପଲ୍ଲା ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ନାୟକ, ବିଜେପି ଯୁବମୋର୍ଚ୍ଚା ଓଡ଼ିଶା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା , କମିଟିର ସମ୍ପାଦକ ଶିବରାମ ମହାପାତ୍ର , ବିଜେପି ନେତା ରାଘବ ମଲ୍ଲିକ , ଜିଲ୍ଲା ସଭାପତି ତାପସ ରଂଜନ ମାର୍ଥା , ବ୍ଲକ ଉପା୍ଦକ୍ଷ ପରଶୁରାମ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥୁମାନଙ୍କ ପରିଚୟ ପ୍ରଦାନ କରିଥଲେ ସାମ୍ୱାଦିକ ଜୟେନ୍ଦ୍ର ବେହେରା ।
ଅତିଥ ମାନେ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉପରେ ନିଜ ନିଜର ବକ୍ତବ୍ୟ ରଖି ଥିଲେ । ପାହାଡ଼ ପର୍ବତ ଘେରା ପ୍ରକୃତିର ମନୋରମ ପରିବେଶ ଭିତରେ ଗଢ଼ି ଉଠିଥୁବା ନୂଆଗାଁର ଅପରୂପ ଶୋଭାରାଶିରେ ଅତିଥି ମାନଙ୍କୁ ବିମୋହିତ କରିଥିଲେ । ସଭାକାର୍ଯ୍ୟ ଶେଷପରେ ଓଡ଼ିଶୀ ନୃତ୍ୟ ଓ ଆସାମର ବିହୁ ନୃତ୍ୟ ପରିବେଷଣ ହୋଇଥିଲା। ବିଶେଷ ଭାବେ କମେଡ଼ି କିଙ୍ଗ୍ ପପୁ ପମ୍ପମ୍ ଓ ସାଥୀଙ୍କୁ ମେଲୋଡ଼ି କାର୍ଯ୍ୟକ୍ରମ ହୋଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
0 Comments