ଦଶପଲ୍ଲା ଓଡିଆ ଭାଷା ସାହିତ୍ୟ ସଂସ୍କୃତି କଳାକାର ମହାସଂଘର ଏକ ବୈଠକ ବନମାଳୀ ରଣାଙ୍କ ସଭାପତିତ୍ବରେ ଦଶପଲ୍ଲା ତ୍ରିନାଥ ବଜାର ସ୍ଥିତ ମେଳିଆ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି , ବୈଠକ ରେ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା,ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି ଭାବେ ବନମାଳୀ ରଣା, ଉପସଭାପତି ସୁଦାମ ଚରଣ ପ୍ରଧାନ, ସମ୍ପାଦକ ବିଜୟ କେତନ ଶତପଥୀ, ସହ ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ ବୃନ୍ଦାବନ ପ୍ରଧାନ, ସଂଯୋଜକ ଭାବେ କିଶୋର ଚନ୍ଦ୍ର ଦଳବେହେରା ଏବଂ ସହ ସଂଯୋଜକ ରୁପେ ବସନ୍ତ କୁମାର ରଣା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରଯାଇଥୁଲା ।ବିଶ୍ୱ ବନ ଦିବସ ଅବସରରେ ପ୍ରତି ଗ୍ରାମ ସହିତ ପ୍ରତି ପଂଚାୟତ ସ୍ତରରେ ଜଙ୍ଗଲ ପରିବେଶ ସ୍ଵଚ୍ଛତା ବିଷୟରେ ଅବଗତ କରାଇବା ପାଇଁ ଜଙ୍ଗଲ ଓ ପରିବେଶ ସୁରକ୍ଷା ମହାସଂଘର ସମ୍ପାଦକ ତଥା ସଂଯୋଜକ କିଶୋର ସମସ୍ତ କଳାକାରଙ୍କୁ ଅନୁରୋଧ କରିଛନ୍ତି । ବୈଠକ ରେ ରାଜ୍ୟ ସଭାପତି ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା,
0 Comments