ଡ଼ମୁନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚୋରୀ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗାତେରି ପଂଚାୟତ ଅନ୍ତର୍ଗତ ଡ଼ମୁନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚୋରୀ ହୋଇଥିବାର ସୂଚନା ମିଳିଛି । ସୂଚନା ମୁତାବକ ୧୩/୦୩ /୨୦୨୫ ବିଳମ୍ବିତ ରାତିରେ ଦୂବୃତ ମାନେ ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରିବା ସହିତ ବିଦ୍ୟାଳୟ ଅଫିସ ଘର ତାଲାଭଙ୍ଗୀ ପଶିଥିଲେ । ତତ ପରେ ଆଲମାରି ତାଲା ଭାଙ୍ଗି ସେଥିରେ ଥିବା ଅଫିସ ଫାଇଲ ,କାଗଜ ପତ୍ର ,ପାସ ବୁକ ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର କୁ ବାହାରେ ଫୋପାଡି ଦେଇଥିଲେ  । ଆଲମୀରା ଭାଙ୍ଗି ୫୦୦୦ ହଜାର ନଗଦ ଟଙ୍କା ନେବା ସହିତ ଫୁଟ ପମ୍ପ ଚୋରୀ ହୋଇଥିବାର ମହିପୁର ଫାଣ୍ଡିରେ ପ୍ରଧାନ ଶିକ୍ଷକ ବନ୍ଧୁଆ ପ୍ରଧାନ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ୧୪ ତାରିଖ ସକାଳୁ ଅଙ୍ଗନବାଡି କର୍ମୀ ପ୍ରଧାନ ଶିକ୍ଷାକଙ୍କୁ ଅଫିସ ଖୋଲା ଥିବା ଘଟଣା ଫୋନ କରି ଜଣାଇଥିଲେ । ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଆସି ଦେଖିବା ପରେ ସ୍ଥାନୀୟ ଅଭିଭାବକ ଓ ଗାଟେରୀ ନ୍ୟାୟବ ସରପଞ୍ଚ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ଫୋନ କରି ଡାକିବା ପରେ ସେ ଉପସ୍ଥିତ ରହି ଘଟଣାକୁ ଦେଖି ଥିଲେ । ଏଚୋରୀ ଘଟଣାକୁ ନେଇ ମହିପୁର ଫାନଦୀରେ ଲିଖିତ ସୂଚନା ଦିଆଯାଇଛି । ତାତା ସହିତ ପ୍ରଧାନ ଶିକ୍ଷକ ଏକ ଲିଖିତ ସୂଚନା ନୂଆଗାଁ ବ୍ଲକ ଶିକ୍ଷା କାର୍ଜ୍ୟାଳୟ ରେ ମଧ୍ୟ ଦିଆଯାଇଛି । 

Post a Comment

0 Comments