ଆଇନ ସଚେତନତା କାର୍ଯ୍ୟକ୍ରମ

 



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦଭାବନା ଗୃହମଧ୍ୟରେ ଆଜି ୪ଘଟିକା ସମୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ନୂଆଗାଁ ଥାନା ଅଧିକାରୀ ଶରତ କୁମାର  ସେଠୀ ତତ୍ୱାବଧାନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ଶିବିରରେ ନୂଆଗାଁ ଅଧକ୍ଷା ଲକ୍ଷ୍ମୀପରିୟପ୍ରିୟା ବେହେରା,ଉପାଧକ୍ଷ ପର୍ଶୁରାମ ସ୍ୱାଇଁ ଏବିଡ଼ିଓ, ନୂଆଗାଁ ଆଡ଼ସିନାଲ ତହସିଲଦାର କବିରାଜ ସେଠୀ, ଜିପିଡିଓ ଲାଲବହାଦୁର ରଂଜିତ   , ମଂଚାସୀନ ହୋଇଥିଲେ . ବ୍ଲକ ଓ ତହସିଲ କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ପ୍ରାରମ୍ଭ ରେ ନୂଆଗାଁ ଥାନା ଅଧିକାରୀ ନୂତନ ଆଇନ ଏବଂ ଆଇନର ଆବଶ୍ୟକତା କୁ ସଂକ୍ଷିପ୍ତରେ ବୁଝାଇଥିଲେ.ଭାରତୀୟ ନ୍ୟାୟ ସଂହିତା କୁ ନେଇ ଅବସର ପ୍ରାପ୍ତ ଅଧ୍ୟାପକ ଭିକାରୀ ସ୍ୱାଇଁ ବିସ୍ତୃତ ଆଲୋଚନା କରିଥିଲେ. ନୂତନ ଭାବେ ପ୍ରଣୟନ ହୋଇଥିବା ବିଏନଏସ, ବିଏନଏସ, ବିଏସଏ, କମ୍ଯୁନିଟି ପଲିସି ବାବଦରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ନୂତନ ଆଇନ୍ ଦ୍ଵାରା କିଭଳି ଭାବେ ନାଗରିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୋଷୀକୁ ଦଣ୍ଡ ବିଧାନ କରାଯିବା ବିଷୟରେ କୁହାଯାଇଥିଲା। 




Post a Comment

0 Comments