ନୂଆଗାଁ ବ୍ଲକ କୋରଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ କବିତା ମଞ୍ଜରୀ ବାହିନୀପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଜଣେ ଏକାଧାରରେ ଛାତ୍ରବତ୍ସଳ, ପରୋପକାରୀ, ମେଳାପୀ ଓ ଆଦର୍ଶ ଶିକ୍ଷୟତ୍ରୀ ଭାବରେ ନୂଆଗାଁ ଅନ୍ଚଳରେ ବେଶ୍ ଜଣାଶୁଣା ଥିଲେ। ସେ ୧୯୯୫ ମସିହା ଏପ୍ରିଲ ୮ ତାରିଖରେ ଲୁଣିସରା ୟୁଜିଏମଇ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିବା ବେଳେ ଆଜି କୋରଡା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିଲେ। ଆଜି ଅବସରକାଳୀନ ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜ ନିଜର ଅନୁଭୂତି ଉପସ୍ଥାପନ କରିବା ସହ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ବିଦାୟ ଦେବା ଦୁଃଖରେ ସମସ୍ତଙ୍କର ଆଖି ଲୁହରେ ଭିଜି ଯାଇଥିବା ଦେଖିବାକୁ ମିଳିଥିଲା। ଶ୍ରୀମତି ବାହିନୀପତିଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଓ ବର୍ତମାନର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜିବୀଙ୍କ ତରଫରୁ ମାନପତ୍ର ଓ ଉତୋରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ପରିଶେଷରେ ଶିକ୍ଷୟତ୍ରୀଙ୍କୁ କୋରଡା ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଉତ୍ସବରେ ନୂଆଗାଁ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କବିତା ଦାସ, କୋରଡା ସରପଂଚ ନିରୂପମା ପାତ୍ର, ସିଆରସିସି ଶ୍ରୀନିବାସ ରଥ, ଅବସରପ୍ରାପ୍ତ ଶିକ୍ଷକ ମୂରଲୀଧର ନାୟକ, ପତିତପାବନ ସାହୁ, ଧୀରେନ୍ଦ୍ର ସାହୁ, ତ୍ରିନାଥ ପ୍ରଧାନ, ପୂର୍ବତନ ସରପଂଚ ଗୋଲଖବିହାରୀ ଗୋଚ୍ଛାୟତ, ଭଜମନ ପରିଡା, ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଯାନୀ, ଲିଖିତା ନାୟକଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।
0 Comments