ଦଶପଲ୍ଲା (ରତ୍ନାକର ହୋତା )ଶୀତରେ ପୈlଷ ମାଘମାସ , ଦେହରେ ରଖ ଶୀତବାସ , ବୋଧହୁଏ ଏ ଉକ୍ତିଟି ତାର ଯଥାର୍ଥତା ହରାଇବାକୁ ଯାଉଛି । ଏବେ ଦଶପଲ୍ଲା ଅଂଚଳରେ , ମାଘ ମାସରେ ବୈଶାଖର ଭ୍ରମ ସୃଷ୍ଟି ହେଲାଣି। ଦଶପଲ୍ଲାରେ ଗ୍ରୀଷ୍ମର ପ୍ରକୋପ ବେଶ୍ ବାରି ହୋଇପଡିଲାଣି। ଦିନ ଗଡିବା ସହିତ ଉତ୍ତାପ ମଧ୍ୟ ବଢୁଛି। ଦିନରେ ଖରା ସାଙ୍ଗକୁ ରାତିରେ ସ୍ଵଳ୍ପ ଶୀତ ଅନୁଭୂତ ହେଉଥିଲେ ହେଁ ଜଳାଭାବ ସମସ୍ୟା ନେଇ ଲୋକେ ଏବେଠୁ ଚିନ୍ତା ପ୍ରକଟ କଲେଣି। ଆଶା ଓ ଭରସାର କେନ୍ଦ୍ର କୂଆଁରୀଆ ଜଳଭଣ୍ଡାରର ରୂପ ଦେଖୁଲେ ଯେ କେହି ବିସ୍ମିତ ହେବା ସ୍ଵାଭାବିକ। ୫୭ନଂ ଜାତୀୟ ରାଜପଥ କଡରେ ଠିଆ ହେଲେ ପାଣି କେଉଁଠି ଅଛି ତାହା ଆଉ ଠଉରେଇ ହେଉନି। ଜଳଧାରଣ କ୍ଷମତା କମି ଯାଉଥିବାରୁ ଖରାଦିନିଆ ପନିପରିବା ଚାଷ ହେଉ ଅଥବା ପାଇପ୍ ଜଳଯୋଗାଣ ବ୍ୟବସ୍ଥାର ଭବିଷ୍ୟତ ଏବେ ପ୍ରଶ୍ନ ଘେରରେ। ଦଶପଲ୍ଲା ବ୍ଲକର ସବୁ ଗାଁକୁ ଏବେବି ପାଇପ୍ ଜଳଯୋଗାଣ ବ୍ୟବସ୍ଥା ସଫଳ ହୋଇପାରି ନାହିଁ। ନଳକୂପ ଗୁଡିକର ଅବସ୍ଥା କ'ଣ ତାହା ସ୍ୱଚକ୍ଷୁରେ ନଦେଖୁଲେ ବିଶ୍ଵାସ କରି ହେବନାହିଁ । ଲୋକଙ୍କୁ ଖରାଦିନେ ପାନୀୟ ଜଳ ସମସ୍ୟାରୁ ମୁକ୍ତି ପ୍ରଦାନ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।
0 Comments