ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଚୟନ।


 

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହ ରେ ଆଜି ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଚୟନ ନୂଆଗାଁ ବ୍ଲକ ଉପାଧକ୍ଷ ପର୍ଶୁରାମ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି।ସୁଚନା ମୁତାବକ ନୂଆଗାଁ ବ୍ଲକ ସଭା ଗ୍ରୁହରେ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ମଣ୍ଡଳ ଉର୍ଣୟନ ଅଧିକାରୀ ଅମୃତ କୁମାର ରାଉଳ ପ୍ରସ୍ତୁତି ବୈଠକ ଉପସ୍ଥିତ ରହିଥିଲେ । କଲେଜ୍ ସମ୍ମୁଖ ପଡ଼ିଆରେ ମାର୍ଚ ମାସର (୬/ ତାରିଖ ଠାରୁ ୮) ତାରିଖ ପର୍ଯ୍ୟନ୍ତ ବହୁ ଆଡ଼ମ୍ବରରେ ନୂଆଁ ରୁପରେ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ପାଇଁ କମିଟି ପ୍ରସ୍ତୁତି ଚାଲିଥିବା ବେଳେ ଆଜି ବିଭିନ୍ନ ଦାଇତ୍ୱ ବଣ୍ଟନ କରାଯାଇଛି। ପ୍ରଚାର ପ୍ରସାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କମିଟି ଗୁରୁତ୍ବ ଦିଆଯାଇଛି । ଏଥିରେ ନୂଆଗାଁ ବ୍ଲକ ଉପାଧକ୍ଷ୍ୟ ପର୍ଶୁରାମ ସ୍ୱାଇଁ ସାଂସଦ ଙ୍କ ପ୍ରତିନିଧି ଭିମସେନ ସେଠୀ,ଯୁବ ସମାଜ ସେବୀ ତଥା ଆଇନ୍ ଜିବୀ ଶିବରାମ ମହାପାତ୍ର ଙ୍କ ସହିତ, ନୂଆଗାଁ ବ୍ଲକ ଜିପିଓ ସାଧୁ ଚରଣ ସାହୁ ଉପସ୍ଥିତ ରହିଥିଲେ.


Post a Comment

0 Comments