ଡିଜାବଲ ରିଲିଫ ଅରଗାନାଇଜେସନ ପକ୍ଷରୁ ନୂଆଗାଁ ବ୍ଲକରେ ଆଜି ଭିନ୍ନକ୍ଷମ ଉପକରଣ ବଣଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ମାନଙ୍କୁ ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯାଇ ସେମାନଙ୍କର ଆବଶ୍ୟକ ମୁତାବକ ଉପକରଣ ପ୍ରଦାନ ନିମନ୍ତେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ପୂର୍ବରୁ ଚିହ୍ନଟ କରାଯାଇଥିଲା। ଆଜି ନୂଆଗାଁ ବ୍ଲକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପୂର୍ବରୁ ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଟ୍ରାଇସାଇକେଲ, ହିୟରିଂ ହେଡ, ମୋଟୋରାଇଜ ସାଇକେଲ, ସ୍ମାର୍ଟ ବ୍ଲାଇଣ୍ତ ଷ୍ଟିକ, ଆଶାବାଡି ଏବଂ ମୋବାଇଲ ଫୋନ ଆଦି ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ, ବିଡିଓ ଡ. ଅମୃତ କୁମାର ରାଉଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ବର୍ଣ୍ଣ ସାରିକା ଜେନା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କବିତା ଦାସ, କନିଷ୍ଠ ସହାୟକ ରଘୁନାଥ ସାହୁ, ପ୍ରଫୁଲ କୁମାର ଦାଶ, ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।
0 Comments