ନୟାଗଡ ଜିଲ୍ଲା ନୂଆଗାଁ ସଦର ମହାକୁମାରେ ଥିବା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଅଦ୍ରଭୂମି ସରଣକ୍ଷଣ ପାଇଁ ସଚେତନତା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି । ଆଜି ଶନିବାର ସକାଳୁଆ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ଉପସ୍ଥିତିରେ ଆଜି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଏକତ୍ରିତ ଭାବରେ ଏକ ସଚେତନତା ଶୋଭାଯାତ୍ରା ବିଦ୍ୟାଳୟ ପ୍ରାଙ୍ଗଣରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ର ପୋଖରୀ ସାହି ଗ୍ରାମରେ ପହଞ୍ଚିଥିଲା ।
ଗ୍ରାମ ଲୋକଙ୍କ ସହାୟତାରେ ପୋଖରୀ ପଠାରେ ଥିବା ବୃକ୍ଷ ଚତୁରପାର୍ଶ୍ଵ ପରିଷ୍କାର କରିବା ସହିତ ବୃକ୍ଷରେ ପୋଖରିରୁ ପାଣି ଅଣାଯାଇ ବୃକ୍ଷରେ ଦିଆଯାଇଥିଲା । ତତ ପରେ ଗ୍ରାମ ପରିକ୍ରମା କରି ବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଠିକ ସେହିଆପରି ଯୂଥ ଇକୋ କ୍ଲବ ମଧ୍ୟାରେ ମଧ୍ୟ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ପରିସର ପରିଷ୍କାର ପରିଛନ୍ନ ସହିତ ପରିବେଶକୁ ସୁରକ୍ଷା ଦେବା ଏହି କାର୍ଯ୍ୟକ୍ରମ ମୂଳଉଦେଶ୍ୟ ଥିଲା ।
0 Comments