*#ଗ୍ରାମ୍ୟ, କଳା, ଲୋକ ସଂସ୍କୃତି ଲୋକାଭିମୁଖୀ କରିବା ହିଁ ମହୋତ୍ସବ. (ପୁନମ )
*#ପରିବେଶ ସୁରକ୍ଷା ସହିତ ବୃକ୍ଷ ରୋପଣ କରିବା ସହିତ ମୋବାଇଲ କୁ ସଠିକ ଉପଯୋଗ କରିବା ସହିତ ଜୀବନକୁ ଊର୍ଣ୍ଣତର କରିବା ପାଇଁ ଯୁବ ସମାଜ କୁ ପ୍ରେରଣା ଦେଇଥିଲେ (ତୁଷାର କାନ୍ତି ବେହେରା)
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପାରମ୍ପରିକ ଐତିସମ୍ପର୍ଣ୍ଣ, କଳା, ସାଂସ୍କୃତିର ପରମ୍ପରିକ ପର୍ବ ପଞ୍ଚୁପାଣ୍ଡବ ମହୋତ୍ସବ।୩ୟ ଦିନ କାର୍ଯ୍ୟକ୍ରମ ଅପରାହ୍ନ ୪ଘଟିକା ସମୟରେ ଆରମ୍ଭ ହୋଇଥିଲା। ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ସଂକ୍ଷିପ୍ତ ସଭାର ଆୟୋଜନ କରାଯାଇ ସଂମ୍ମାନିତ କରାଯାଇଥିଲା. ତତ ପରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ମାଳିସାହି, ମହୀପୁର, ନୂଆଗାଁ ବିଭିନ୍ନ ବିଦ୍ୟାଳୟ ଓ ଆଞ୍ଚଳିକ କଳାକାର ମନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ.ପୁଣି ଆଜି ଆସ୍ଥା ଡ୍ୟାନ୍ସ ଏକାଡେମୀ ନିଜ ନୃତ୍ୟ ମାଧ୍ୟମରେ ସଭିଙ୍କ ମନ ଜିଣି ଥିଲା।ବୁଢ଼ାବାରି ଗ୍ରାମର କଳାକାର ମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା,ଦଶପଲ୍ଲା ରୁ ଆସିଥିବା ଈଶାଣୀ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଶିବ ତାଣ୍ଡବ ପରିବେଷଣ ହୋଇଥିଲା.ମା ଅମ୍ବିକା ସାଂକୃତିକ କଲାପରିଷଦ, ଓଡିଶା ଭାଷା ସାଂକୃତି ବିଭାଗ ଦ୍ୱାରା ପ୍ରେରିତ ଏହି ଅନୁଷ୍ଠାନ ଦେଶ ବିଦେଶରେ ଓଡ଼ିଶାର କଳା ସଂକୃତିର ପ୍ରଚାର ପ୍ରସାର କରି ଥାଏ.ସଂନ୍ଧ୍ୟାରେ ୩ୟ ଦିନର ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ସଭାର ପ୍ରାରମ୍ଭରେ ଭିକାରୀ ସ୍ବାଇଁଙ୍କ ଦ୍ୱାରା ଅତିଥି ମାନଙ୍କ ପରିଚୟ ଦେଇଥିଲେ.ଉକ୍ତ ସଭାରେ ପାଞ୍ଚଛୁପାଣ୍ଡବ ମହୋତ୍ସବ କମିଟି ସଭାପତି ମାନ୍ୟବର ବିଧାୟକ ରମେଶ ବେହେରାଙ୍କ ତତ୍ୱାବଧାନ ଅନୁଷ୍ଠିତ ହୋଇଥିଲା. ସଂମ୍ମାନିତ ଅତିଥି ଭାବେ ଶ୍ରୀମତୀ ପୁନମ ପ୍ରିୟଦର୍ଶିନୀ, ଅଧକ୍ଷା ଦଶପଲ୍ଲା ନିଜ୍ଞାପିତ ପରିଷଦ.ତୁଷାର କାନ୍ତି ବେହେରା, ବିଧାୟକ କାକଟ ପୁର, ଦେବାଶିଷ ପଟନାୟକ, ଅଧକ୍ଷ ଜିଲ୍ଲା ପରିଷଦ, ନୟାଗଡ,କର୍ଣ୍ଣଦେବ ସମାଦ,ଉପଜିଲ୍ଲାପାଳ ନୟାଗଡ଼,ସୁଭାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧକ୍ଷ, ଅଧକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା,ସମାଜ ସେବି ବେଣୁଧର ପ୍ରଧାନ, ଗାଲେଖ ଗୋଛାୟତ, ଜିଲ୍ଲା ପରିଷଦ ଅଧକ୍ଷା ବିଷ୍ନୁପ୍ରିୟା ବେହେରା ଅତିଥି ମନେ ଉପସ୍ଥିତ ରହି ମଂଚାସୀନ ରହିଥିଲେ।
ସଭାର ପ୍ରାରମ୍ଭରେ ସ୍ବର୍ଗତ ସନାତନ ସାମଲ ଙ୍କ ଉଦେଶ୍ୟରେ ଶାନ୍ତି ପାଠ କରାଯାଇ ସଭା ଆରମ୍ଭ ଜରାଯାଇଥିଲା. ତତ୍ପରେ ନୂଆଗାଁ ଉଚ୍ଚ ମଧ୍ୟବିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ସଂଗୀତ ପରିବେଷଣ ହୋଇଥିଲା ଯାହାକୁ ସଂଗୀତ ଗୁରୁ ମଦନ ମୋହନ ପ୍ରଧାନ ରଚନା ଓ ନିର୍ଦେଶନା ଦେଇଥିଲେ.ଅତିଥି ମାନଙ୍କ ଦ୍ୱାରା ଅଭିଭାଷଣ ମାଧ୍ୟମରେ ମହୋତ୍ସବ କୁ ସୁନ୍ଦର ଭବାରେ ଉପସ୍ଥାପନ କରିଥିଲେ.ବୃକ୍ଷ ରୋପଣ କରିବା ପରିବେଶ କୁ ସୁରକ୍ଷା ଦେବା, ଜନ୍ମଦିନରେ କେକ କଟିବା ସହିତ ବୃକ୍ଷ ରୋପଣ କରିବା ଯୁବକ ମାନଙ୍କୁ ଉପଦେଶ ଦେଇଥିଲେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଥିଲେ. ସନ୍ନମାନିତ ଉତ୍ସଵ ରେ ପରମାନ୍ଦ ପରିଡା, ଯୋଗାଶିକ୍ଷ ଚିନ୍ତାମଣୀ ବିଦ୍ୟାପୀଠ ସଂପଡା, ଡକ୍ଟର ଆଲୋକ କୁମାର ସାହୁ,ପତିତପାବନ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ସନ୍ନମାନୀତ କରାଯାଇଥିଲା. ସଂଯୋଜକ ପଞ୍ଚୁପାଣ୍ଡବ ଗାଲେଖ ବିହାରୀ ଗୋଛାୟତ ସଭା ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ଥିଲେ.
0 Comments