ନୂଆଗାଁ ବ୍ଲକରେ ଆଜି ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୁଭାରମ୍ଭ କରିଥିବା ବେଳେ ନୂଆଗାଁ ବ୍ଲକର ଜନସାଧାରଣ ଭର୍ଚୁଆଲ ମାଧ୍ୟମରେ ଏହାର ସିଧାପ୍ରସାରଣ ଦେଖିଥିଲେ। ମୌଳିକ ଭିତିଭୂମିର ବିକାଶ ସହିତ ଗ୍ରାମୀଣ ଯୋଗାଯୋଗ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ, ଶିକ୍ଷା ଓ କ୍ରୀଡାର ବିକାଶ ଏବଂ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଏହି ଯୋଜନାର ମୂଳଲକ୍ଷ୍ୟ ରହିଛି। ଏଥିସହିତ ଏହି ଯୋଜନା ଗ୍ରାମାଂଚଳର ବିକାଶ ଦିଗରେ ନିଶ୍ଚିନ୍ତ ଭାବେ ସହାୟକ ହେବ ବୋଲି ନିମନ୍ତ୍ରିତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ନୂଆଗାଁ ବ୍ଲକ ପରିସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ବିଡିଓ ଡ. ଅମୃତ କୁମାର ରାଉଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପଣ୍ତା, ଜିପିଡିଓ ଲାଲବାହାଦୂର ରଞ୍ଜିତ, ସିଡିପିଓ ଶୁଭ୍ରକେଶୀ ମଲ୍ଲିକ, ପିଏ ସାଧୁଚରଣ ସାହୁ, ସିପି ତୁଷାରକାନ୍ତ ପାଣିଗ୍ରାହୀ, କନିଷ୍ଠ ସହାୟକ ରଘୁନାଥ ସାହୁଙ୍କ ସମେତ ବିଭିନ୍ନ ପଂଚାୟତର ଜନପ୍ରତିନିଧି, ପ୍ରଶାସନିକ କର୍ମଚାରୀ ଏବଂ ଜନସାଧରଣ ଉପସ୍ଥିତ ରହିଥିଲେ।
0 Comments