ନୂଆଗାଁର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଶଙ୍ଖ, ହୁଳହୁଳି, ହରିବୋଲ ଓ ହର ହର ମହାଦେବ ନାଦରେ ମନ୍ଦିର ପରିସର ପ୍ରକମ୍ପିତ ହେଉଥିଲା। ଅଧରାତି ପର୍ଯ୍ୟନ୍ତ ଏହି ଭଳି ଚାଲିଥିଲା। ନୂଆଗାଁର ବିଭିନ୍ନ ଶୈବ ମନ୍ଦିରରେ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ଶୈବପୀଠରେ ନୀତି ଅନୁଯାୟୀ ଭିନ୍ନ ଭିନ୍ନ ସମୟରେ ମହାଦୀପ ଉଠିଥିବା ବେଳେ ନୂଆଗାଁ ବିରୁପାକ୍ଷେଶ୍ବର ମନ୍ଦିର, ବାହାଡାଝୋଲା ଫୁଲେଶ୍ବର, ମାଳିସାହି ଗତିଶ୍ବର, ଉଠାଣିସାହି ରାମେଶ୍ବର, ମହିପୁର ନୀଳକଣ୍ଠେଶ୍ବର, ଜଗନ୍ନାଥପ୍ରସାଦ ବାଲୁଙ୍କେଶ୍ବର ମନ୍ଦିରରେ ଜାଗର ଯାତ୍ରା ଧୂମଧାମରେ ପାଳିତ ହୋଇଛି। ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରି ଜାଗର ବ୍ରତ ପାଳନ କରିଥିଲେ। ମନ୍ଦିର ପରିସରରେ ବହୁଭକ୍ତ ଦିନସାରା ଉପବାସ ରହି ବ୍ରତ ପାଳନ କରି ମହାଦୀପ ଉଠିବା ପର୍ଯ୍ୟନ୍ତ ଦୀପ ଜାଳି ବସି ରହିଥିବା ଦେଖିବାକୁ ମିଳିଥିଲା।
0 Comments