ସ୍ବାଗତ ସଭାରେ ଅଭିଭାଷଣ ରେ ପଞ୍ଚୁପାଣ୍ଡଵ କମିଟିର ସଦସ୍ୟ ମାନଙ୍କୁ ପ୍ରାଣମକଲେ, ସ୍ଥାନୀୟ ବିଧାୟକ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଐତିହାସିକ ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫ଦ୍ୱିତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି. କାର୍ଯ୍ୟକ୍ରମ ସୂଚୀ ମୁତାବକ ଅପରାହ୍ନ ୪ଘଟିକା ସମୟରୁ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ବାହାଡଝୋଲା, ନୂଆଗାଁ,ମହୀପୁର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସୁନ୍ଦର ଭାବରେ ନାଟକ ପରିବେଷଣ କରିଥିଲେ ଯାହାକି ସମସ୍ତ ଦର୍ଶକଙ୍କ ମନ ଜିଣିଥିଲା। ଆସ୍ଥା ଡ୍ୟାନ୍ସ ଗ୍ରୁପ ପୁଣି ଆଜି ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ। ସଂନ୍ଧ୍ୟାରେ ଭୁବନେଶ୍ୱରରୁ ଆସିଥୁବା କଳାସଂକୃତି ବିଭାଗ ଅନୁକଲ୍ୟ ରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ. ସୁଦୂର ଫୁଲବାଣୀ ରୁ ଆସିଥିବା ଆଦିବାସୀ ନୃତ୍ୟରଆଇଟ ଡ଼ିଏ ଫୁଲବାଣୀ ନୃତ୍ୟ ତାଲେ ତାଲେ ଦର୍ଶକ ଆକର୍ଷିତ ହୋଇଥିଲେ. ୨ୟ ସଂନ୍ଧ୍ୟାରେ ସଭାର ଆୟୋଜନ କରାଯାଇଥୁଲା. ଉକ୍ତ ସଭାରେ ପାଞ୍ଚଛୁପାଣ୍ଡବ ମହୋତ୍ସଵ ଓ ପଲ୍ଲିଶ୍ରୀ ମେଳାର ସଭାପତି ରମେଶ ଚନ୍ଦ୍ର ବେହେରା,ପ୍ରଦୀପ କୁମାର ସାହୁ, ବେଗୁନିଆ ବିଧ୍ୟାୟକ , ବିଶିଷ୍ଟ ଅତିଥି,ନିରୁପମା ଖଟେଇ,ଅଧକ୍ଷା , ନୟାଗଡ଼ ପୌର ପରିଷଦ,ଲଗ୍ନଞ୍ଜିତ ରାଉତ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ନୟାଗଡ଼, ବସନ୍ତ କୁମାର ପ୍ରଧାନ , ଜିଲ୍ଲପାରିଷଦ ଯୋନ ୧୧,ନରେଶ ବେହେରା ଜିଲ୍ଲା ୮, ଗଣିଆ , ଶରତ କୁମାର ସେଠୀ , ନୂଆଗାଁ ଥାନା ଅଧିକାରୀ , ଉପସଭାପତି ପଞ୍ଚୁପାଣ୍ଡଵ ମହୋତ୍ସବ ପ୍ରଫୁଲ କୁମାର ବାରିକ ମଂଚାସୀନ ହୋଇଥିଲେ.ପ୍ରଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରଯାଇଥିଲା।ସମସ୍ତ ଅତିଥି ମାନଙ୍କ ଦ୍ୱାରା ଅତିଥି ଅଭିଭାଷଣ ଦେଇଥିଲେ. ନବୀନ ବାବୁଙ୍କୁ ମନେ ପକାଇଲେ ବେଗୁନିଆ ବିଦାୟକ ପ୍ରଦୀପ କୁମାର ସାହୁ,୨୫ବର୍ଷ ଶାସନ କଳରେ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ମହୋତ୍ସବ ମାଧ୍ୟମରେ ସ୍ଥାନୀୟ କଳାକାରଙ୍କ ପରିଚୟ ଦେଇଥିଲା.
ଆଜିର ସଂନ୍ଧ୍ୟାରେ ସଂଗୀତ ଗୁରୁ, ପ୍ରଧାନ ଶିକ୍ଷକ, ସଂଗୀତ ନିର୍ଦେଶକ ଶ୍ରୀଯୁକ୍ତ ମଦନ ମୋହନ ପ୍ରଧାନଙ୍କୁ ପଞ୍ଚୁପାଣ୍ଡଵ ମହୋତ୍ସବ କମିଟି ଦ୍ୱାରା ସମ୍ବର୍ଦ୍ଧିତ କରାଯାଇ ଥିଲା। ସ୍ବର୍ଗତ ପାଣୁ ଯାନୀ ଙ୍କୁ ଭବ୍ୟସମ୍ବର୍ଦ୍ଧନା କରାଯାଇଥିଲା. କାରଣ ଆଜି ଯେଉଁ ସ୍ଥାନରେ ନୂଆଗାଁ ପଞ୍ଚାୟତ ସମିତି ଦଣ୍ଡାୟମାନ ହୋଇଛି ସେହି ଜାଗା ଦେଇଥିବାରୁ ତାଙ୍କୁ କୃତଙଜ୍ଞତା ଦିଆଯାଇଥିଲା. ସଭା ଶେଷରେ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.କୋରଡ଼ା ପଞ୍ଚାୟତ ହାଇସ୍କୁଲ କୋରଡ଼ା ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୂଆଗାଁ ବନ୍ଦନା ପରିବେଷଣ କରାଯାଇଥିଲା.ସତାଇ ପୁରୁଷ ଶିକ୍ଷାବିତ ଶିବରାମ ସେନାପତି ଙ୍କୁ ମାନ୍ୟବର ବିଧାୟକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା.ବଲାଙ୍ଗୀର ଘୁଡୁକି ନୃତ୍ୟ, ଦଶବତାର ଓଡିଶୀ ନୃତ୍ୟ ନୟାଗଡ଼ ସଭିଙ୍କ ମନ ଭରିଥିଲା. ଶେଷରେ ସିନେତାର ଅଭିଜିତ ମଜୁମଦାର ଙ୍କ ସଂଗୀତ ନୃତ୍ୟରେ ସମସ୍ତ ଦର୍ଶକ ଝୁମିଥିଲେ.
0 Comments