ପ୍ରାରମ୍ଭରେ ଜନପ୍ରତିନିଧି ଓ ସାଂସଦଙ୍କ ପ୍ରତିନିଧିଙ୍କ ମଧ୍ୟରେ କଥା କଟାକଟି ରେ କମ୍ପିଲା ସଭା ଗୃହ.
ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ଆଜି ଦିବା ୧୦ ଘଟିକା ସମୟରେ ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ବି ଡି ଓ ଅମୃତ ରାଉଳ , କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଭୀମସେନ ସେଠୀ, ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,୧୭ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା, ସମସ୍ତ ବିଭାଗର ଅଧିକାରୀ ଓ ସମସ୍ତ ପଞ୍ଚାୟତ ର ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ । ବୈଠକ ଆରମ୍ଭରୁ ସାଂସଦଙ୍କ ପ୍ରତିନିଧି ଓ ଜନ ପ୍ରତିନିଧି ମାନଙ୍କ ସହ କଥା କଟା କଟି ହୋଇଥିଲା । ବିଧାୟକ ବିରୋଧ କରି ସରକାରୀ ଦଳରେ ଥାଇ କିପରି ପ୍ରଶ୍ନ କରୁଛନ୍ତି ତଥା କିପରି ସମସ୍ତ ବିକାଶମୂଳକ କାର୍ଯ୍ୟ ଜାରି ରହିବ ସେ ନେଇ ଆଲୋଚନା ହେଉ କହିବାରେ ଟେବୁଲ୍ ବାଡେଇ ସରପଞ୍ଚ ଓ ସମିତି ସଭ୍ୟ ମାନେ ସମର୍ଥନ ଜଣାଇଥିଲେ । ବିଧାନସଭାରେ ଯେପରି ଦୃଶ୍ୟ ଦେଖିବାକୁ ମିଳେ ପ୍ରାୟ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜି । ବୈଠକରେ ସାଂସଦଙ୍କ ପ୍ରତିନିଧି କେବଳ ଉପସ୍ଥିତ ରହିବେ ଅଥବା ପ୍ରଶ୍ନ କରିପାରିବେ ସେ ନେଇ ନିୟମ ଅଛି ନା ନାଇଁ ସେ ନେଇ ମଧ୍ୟ ବିଧାୟକ ପ୍ରଶ୍ନ ଉଠାଇଥିଲେ ।
ତତ୍ପରେ "ବିକଶିତ ଗାଁ ଓ ବିକଶିତ ଓଡିଶା" ଯୋଜନାର କାର୍ଯ୍ୟକାରୀ ପାଇଁ ବିଭିନ୍ନ ଆଲୋଚନା ହୋଇଥିଲା । "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନାରେ ବିଭିନ୍ନ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ସେଗୁଡ଼ିକୁ କିପରି କାର୍ଯ୍ୟକ୍ଷମ କରି ସମ୍ପୂର୍ଣ୍ଣ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।ଶେଷରେ ସଭା ଗୃହ ପରିସ୍ଥିତି ସାମାନ୍ଯ ହେବା ପରେ ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା।କିନ୍ତୁ ବିଡମ୍ବନାର ବିଷୟ ବିଭିନ୍ନ ବିଭାଗର କର୍ମଚାରୀ ଅନୁପସ୍ଥିତି କୁ ନେଇ ପ୍ରଶ୍ନ ଉଠିଥିଲା ।
0 Comments