(ଲୋକ ମାନଙ୍କ ମହୋତ୍ସବ ପଞ୍ଚୁ ପଣ୍ଡାବ ମହୋତ୍ସଵ)
ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫ ଉଦଘାଟିତ
ନୂଆଗାଁ: : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମହୋତ୍ସବ ପଡିଆ ଠାରେ କଳା ,ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା କୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି।ଆଜି ଦିବା ୨ ଘଟିକା ସମୟରେ ପାରମ୍ପରିକ ମଶାଲ ଶୋଭାଯାତ୍ରା ହୋଇଥିଲା।ନୂଆଗାଁ ମହାଦେବ ମନ୍ଦିର ପ୍ରାଙ୍ଗନରୁ ଏକ ବିଶାଳ ପଟୁଆର ବାହାରିଥିଲା।ପଞ୍ଚୁପାଣ୍ଡବ ଙ୍କ ବେଶରେ ସୁସଜିତ୍ ହୋଇ କଳାକାର ମାନେ ନାମ ସଙ୍କୀର୍ତ୍ତନ ,ପଟୁଆର,ବାଡ଼ି ଖେଳ ,ଦୁଲୁ ଦୁଲି ରେ ବାହାରି ଶହୀଦ କଷ୍ଟି ଡାକୁଆ ସ୍ମୃତି ମଣ୍ଡପ ସହ ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ ।ଦଶପଲ୍ଲା ବିଧାୟକ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ପତାକା ଉତୋଳନ କରିବାସହ ମଶାଲ ଶୋଭାଯାତ୍ରା କୁ ଉଦଘାଟନ କରିଥିଲେ ।ଦିବା ୪ ଘଟିକା ଠାରୁ ୪ ଘଟିକା ପର୍ଯ୍ୟନ୍ତ ନୂଆଗାଁ ବ୍ଲକ୍ ର ଗୁମି ,କୋରଡ଼ା ,ମହିପୁର ଓ ନୂଆଗାଁ ର ବିଭିନ୍ନ ସିକ୍ଷା ଅନୁଷ୍ଠାନ ର କଳାକାରମାନଙ୍କ ଦ୍ୱାରା ପଦଶ୍ରିତ ହୋଇଥିଲା । ନୂଆଗାଁ ପ୍ରାଇମେରି ସ୍କୁଲ ଛାତ୍ରୀ ମାନେ ଟାପିକି ନିୟମକୁ ନୂତ୍ୟ ମାଧ୍ୟମରେ ପରିବେସଣ କରିଥିଲେ ଜାହାକି ସଭିଙ୍କର ମନକୁ ଜିଣିଥିଲା ସନ୍ଧ୍ୟା ର ଆଗମନେ ମହୋତ୍ସବ ର ପ୍ରଥମ ସଭା ଆୟୋଜନ ହୋଇଥିଲା ଉକ୍ତ ସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ସଂଧ୍ୟା ରେ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସୌଭିକ ବିଶ୍ୱାଳ ବିଧାୟକ ଚୌଦ୍ଵାର କଟକ ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାଶ,୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ରଯାନୀ ,ବିଡ଼ିଓ ଅମୃତ କୁମାର ରାଉଳ ,ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ,ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଚଉଦୁଆର ବିଧାୟକ ବକ୍ତବ୍ୟ ମାଧ୍ୟମରେ ସତ୍ୟ ଧର୍ମ ନ୍ୟାୟର କାମ୍ବଦନ୍ତି ହେଉଛନ୍ତି ପଞ୍ଚୁପାଣ୍ଡବ ବୋଲି ବକ୍ତବ୍ୟ ରଖିଥିଲେ। ମାନ୍ୟବର ବିଧାୟକ ଦଶପଲ୍ଲା ନିଜ ଅଭିଭାଷଣରେ ନୂଆଗାଁ ପରମ୍ପରା, ଐତିହ, କମିଟି ସଭ୍ୟାଙ୍କ ଅବଦାନ,ବିଷୟରେ ପୁଙ୍ଖାନୁ ପୁଙ୍ଖ ଭବେ ବର୍ଣ୍ଣନା କରିଥିଲେ।ସଂଯୋଜନା କରିଥିଲେଶ୍ରୀଧର ସାରେ l ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୂଆଗାଁ ବନ୍ଦନା ,ସିଂଘମ ଡ୍ୟାନ୍ସଗ୍ରୁପ କଟକ, ନଟରାଜ ଡ୍ୟାନ୍ସ ଗ୍ରୁପ , ନୃତ୍ୟ ପରିବେଷଣ କରିଥିବା ବେଳେ କଣ୍ଠ ଶିଳ୍ପୀ ଜ୍ୟୋତ୍ରୀମୟୀ ନାୟକ ଦର୍ଶକ ମାନଙ୍କ ମନ ମୋହିନେଇଥିଲା।ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
0 Comments