ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସଵ ଅନୁଷ୍ଠିତ ।।






 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ  ଅନ୍ତର୍ଗତ ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ବିଦ୍ୟାଳୟର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାଙ୍ଗଣରେ ସଭା ମଞ୍ଚରେ ଅତିଥିମାନେ ଭଗବାନଙ୍କ ନିକଟରେ ପୁଷ୍ପ , ଧୂପ ଦେଇ ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ବିଦ୍ୟାଳୟର ଅଧକ୍ଷ ନିରଞ୍ଜନ ଦାସଙ୍କ ପ୍ରତିନିଧିତ୍ୱରେ ଏହି ଉତ୍ସବଟି ଅନୁଷ୍ଠିତ ହୋଇଯାଇଛି । ମଞ୍ଚରେ ମଂଚାସୀନ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରି ସ୍ୱାଗତ କରାଯାଇଥିଲା ।ମଞ୍ଚରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରିଣୀ ଜ୍ୟୋସ୍ନାରାଣି ସେଠୀ , ମୁଖ୍ୟ ବକ୍ତା ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ପରିଚାଳକ ବିଶ୍ୱଜିତ ଦୋରା ତଥା ବିଦ୍ୟାଳୟର ସମସ୍ତ ପୂର୍ବତନ ଶିକ୍ଷକ ମଞ୍ଚରେ ଉପସ୍ଥିତ ରହିଥିଲେ ।  ଶିକ୍ଷକ ଦିଲୀପ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । ତାପରେ ମୁଖ୍ୟ ଅତିଥି  ଅଭିଭାଷଣ ଦେବା ସହିତ ଉପସ୍ଥିତ ଅତିଥି ମାନେ ନିଜର ଅଭିଭାଷଣ ରଖିଥିଲେ । ଚଳିତ ବର୍ଷ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା 

Post a Comment

0 Comments