ଥିଲି ମୁଁ ଶିକ୍ଷକ ଅନେକ ବର୍ଷ
ପଢାଲି ପାଠ,ଦେଲି ନୀତି ଶିକ୍ଷା
ଦେଲି ଉପଦେଶ କେତେ
ଅନେକ ଛାତ୍ର ଅନେକ ଛାତ୍ରୀ
ଗଢା ହୋଇଛନ୍ତି ମୋ'ରି ହାତେ
ଅବସର ପରେ ସେମାନଙ୍କ କଥା
ସବୁବେଳେ ମନେପଡେ
ମାଡ,ଗାଳି,ଖାଇ ଭଲ ପିଲା ହେଲେ
ମୋତେ କି ସେମାନେ ଭୁଲିଗଲେ ??
ଘରକୁ ଫେରିବା ବାଟରେ ଦେଖିଲି
ନିର୍ବୋଧ, ଅବାଧ୍ୟ,ଛାତ୍ର
ନାଁ ଟି ସୁବ୍ରତ
ସବୁ ବେଳେ ସିଏ ମାଡ଼,ଗାଳି ଖାଏ
ମାନେ ନାହିଁ ଗାଳି ଧମକ
ନିହାତି ଦୁଷ୍ଟ..........ଅବାଧ୍ୟ
କଲେଜ ପୋଷାକ,କଲେଜ ବ୍ୟାଗ
ପାଖରେ କଲେଜ ସାଙ୍ଗ
ଦୈାଡି ଆସିଲା ପାଖକୁ
ପାଦ ଛୁଇଁ ମାରିଲା ମୁଣ୍ଡିଆ
ପଚାରିଲା, କେମିତି ଅଛନ୍ତି ସାର୍ ?
ଦେହ ଭଲ ଅଛି ତ ?
ଆକ୍ଷିରୁ ମୋର ବହିଗଲା
ଦୁଇ ଧାର ଲୁହ.......
କହିପାରିଲିନି କିଛି
ଚାହିଁଲି ବଲବଲ
କହିଲି ଅଛି ଭଲ।
ଚାଲିଚାଲି ଯାଉଛ କୁଆଡେ଼?
ଆଗକୁ ଯାଉଛୁ ସାଙ୍ଗ ଆସିବ
ଯିବୁ ବାଇକ୍ ରେ ....
ପଚାରିଲି, ପଢ଼ାପଢ଼ି ଠିକ୍ ଚାଲିଛି ତ?
ସଂକ୍ଷିପ୍ତ ଉତ୍ତର, ଆଜ୍ଞା !
ହଉ ଠିକ୍ ରେ ଯାଅ ମନ ଦେଇ ପଢ୍।
ଭଲ ପିଲା ହବ,
ଆଜ୍ଞା ! କହି ଚାଲିଗଲେ
ଭାବିଲି,ଯାହାକୁ କହୁଛୁ ଭଲ ପିଲା
ଯାଉଛନ୍ତି ମୁହଁ ବୁଲେଇ
ଆସୁନାହାନ୍ତି ପାଖକୁ ଟିକିଏ
କାଳେ କ'ଣ କହିବୁ ବୋଲି
ଅବାଧ୍ୟ କିନ୍ତୁ...........
ଧନ୍ୟବାଦ ସୁବ୍ରତ, ଧନ୍ୟବାଦ
କରୁଛି ଆଶିର୍ବାଦ
ହୁଅତୁ,ଭଲ ମଣିଷ
ଆଶିଷ ଦିଅନ୍ତୁ ପ୍ରଭୁ ଜଗନ୍ନାଥ।
ଧନ୍ୟବାଦ।
ପୁରିଆ ସାର୍।
0 Comments