ନୟାଗଡ଼ ଜିଲ୍ଲା ନୂଆଗାଁ ଉଚ୍ଚ ବିଦ୍ୟାଳୟ ଦ୍ୱାରା ଶକ୍ତି ସରଂକ୍ଷଣ ରାଲି ଅନୁଷ୍ଠିତ ହୋଇଯାଇଛି. ଆଜି ହେଉଛି ଜାତୀୟ ଶକ୍ତି ସଂରକ୍ଷଣ ଦିବସ. ଆଜିର ଦିନରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖରେ ପାଳନ କରାଯାଏ । ଏହା ଲୋକମାନଙ୍କୁ ବିଶ୍ୱର ବଢୁଥିବା ଉଷ୍ମତା ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଅବଗତ କରାଇବା ଉପରେ ଧ୍ୟାନ ଦେଇଥାଏ ଏବଂ ଶକ୍ତି ଉତ୍ସ ସଞ୍ଚୟ ଦିଗରେ ପ୍ରୟାସକୁ ପ୍ରୋତ୍ସାହିତ କରିଥାଏ ।ଭାରତ ସଂଦର୍ଭରେ ଭାରତରେ ଶକ୍ତି ସଂରକ୍ଷଣ ଆଇନ, ୨୦୦୧ ଶକ୍ତି ଦକ୍ଷତା ବ୍ୟୁରୋ (BEE)ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା । ଶକ୍ତି ଦକ୍ଷତା ବ୍ୟୁରୋ (BEE) ହେଉଛି ଏକ ସାମ୍ବିଧାନିକ ସଂସ୍ଥା ଯାହା ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରେ ଏବଂ ଶକ୍ତି ବ୍ୟବହାରକୁ ହ୍ରାସ କରିବା ପାଇଁ ନୀତି ତଥା ରଣନୀତିର ବିକାଶରେ ସାହାଯ୍ୟ କରେ ।
ଆଜି ନୂଆଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ନୂଆଗାଁ ପୋଲିସ ବିଭାଗର ମିଳିତ ସହଯୋଗୀତାରେ ଏକ ରାଲି ନୂଆଗାଁ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ କରି ନୂଆଗାଁ ପଞ୍ଚଯାତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା. ଉକ୍ତ କାର୍ଯ୍ୟକ୍ରମ ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ ଦାସ ଓ ନୂଆଗାଁ ଥାନାର ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ସେଠୀ ସମେତ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପୋଲିସ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ.
0 Comments