ଓଷ୍ଟା ପକ୍ଷରୁ ବ୍ଲକସ୍ତରୀୟ ଶିଶୁ ଉତ୍ସବ ପାଳିତ




ନୂଆଗାଁ ବ୍ଲକ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଶିଶୁ ଉତ୍ସବ–୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନୂଆଗାଁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋସ୍ନôାରାଣୀ ସେଠୀ, ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ନିରଞ୍ଜନ ଦାସ, ଲୋକନାଥ ପଣ୍ତା, ଓଷ୍ଟା ରାଜ୍ୟ ଯୁଗ୍ମ ସଂପାଦକ ମାଣିକେଶ୍ବର ସ୍ବାଇଁ, ବିନାୟକ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ। ନୂଆଗାଁ ବ୍ଲକ ଓଷ୍ଟାର ସଭାପତି ଭିକାରୀ ଚରଣ ସାହୁ ଏବଂ ସଂପାଦକ ପ୍ରଶାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ନେଇ ତର୍କ, ଗଳ୍ପ ଲିଖନ, କବିତା ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, ଆବୃତି, ସାଧାରଣଜ୍ଞାନ, ଏକକ ଅଭିନୟ, ଏକକ ନୃତ୍ୟ, କୁଇଜ ଆଦି ପ୍ରତିଯୋଗିତା କରାଯାଇଥିଲା। ନୂଆଗାଁ ବ୍ଲକର ପ୍ରାୟ ୧୦ ଗୋଟି ବିଦ୍ୟାଳୟରୁ ୮୫ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ବିତରଣ କରାଯାଇଥିଲା। ଏଥିସହିତ ଶ୍ରେଷ୍ଠ ପ୍ରତିଯୋଗୀ ମାନେ ଆସନ୍ତାକାଲି ରଣପୁର ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବରେ ଯୋଗ ଦେବା ନେଇ ସୂଚନା ମିଳିଛି।

Post a Comment

0 Comments