ନୂଆଗାଁ ବ୍ଳକ ବାହାଡ଼ାଝୋଲା ଫାଣ୍ଡି ଅଧିନ ବେରୁଆବାରୀ ପଞ୍ଚାୟତର ଗଣ୍ଡେଇ ସାହୁ(୮୪)ଙ୍କ ମୃତ ଶରୀରକୁ ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ନୂଆଗାଁ ବ୍ଳକ ବେରୁଆବାରୀ ପଞ୍ଚାୟତ ତୋଟାସାହି ଗ୍ରାମର ଦିନବନ୍ଧୁ ସାହୁଙ୍କ ସ୍ତ୍ରୀ ଗଣ୍ଡେଇ ସାହୁ ଭୋର ସମୟରେ ଗାଧୋଇବାକୁ ଯାଇଥିଲେ। କୌଣସି କାରଣ ବସତଃ ଗଣ୍ଡେଇ ପୋଖରୀରେ ଭାସୁଥିବା ନେଇ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବାହାଡ଼ାଝୋଲା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।
0 Comments