ଜିଲ୍ଲା_ସ୍ତରୀୟ_ଯୁବ_ଉତ୍ସବ

 

_@2024...

ନୟାଗଡ଼ ସ୍ଥିତ କେନ୍ଦୀୟ ବିଦ୍ୟାଳୟ  ପରିସର ରେ ଭାରତ ସରକାରଙ୍କ ଅଧିନରେ ଥିବା ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଭାରତ@୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ମୁଖ୍ୟ ଅତିଥି ରୂପେ ଖଣ୍ଡପଡା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ୱାଇଁ ମହୋଦୟ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଭାରତୀୟ ଡାକ ବିଭାଗ ନୟାଗଡ଼ ର ମୁଖ୍ୟ ଅଧିକ୍ଷକ ଶ୍ରୀ ଖଗେଶ୍ବର ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ସୁଜାତା ସାହୁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର ସାହୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ସୁଜାତା ସାହୁ, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରେମ ଚନ୍ଦ୍ର, ଜିଲ୍ଲା ଉପଦେଷ୍ଟା ସଦସ୍ୟ ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ର ଙ୍କ ସହିତ ନୟାଗଡ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସଂସ୍ଥା ର ଜିଲ୍ଲାଅଧିକାରୀ ଅନୁରାଗ କୁମାର ଯୋଗଦେଇଥିଲେ ।ଭଗବାନ ଜଗନ୍ନାଥ ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ବାଇଁ ନୟାଗଡ ଜିଲ୍ଲାକୁ ବିଜ୍ଞାନ ର ମାଟି ବୋଲି ଉଲ୍ଲେଖ କରି ଭବିଷ୍ୟତରେ ଏହି ଜିଲ୍ଲାରୁ ଅନେକ ବୈଜ୍ଞାନିକ ହେବା ପାଇଁ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ଦେଇଥିଲେ ଓ ନେହେରୁ ଯୁବକେନ୍ଦ୍ର ତଥା କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ କୁ ଉଚ୍ଚ ପ୍ରଶଂସା କରିଥିଲେ । ତତ୍ପରେ ଅନ୍ୟ ସମ୍ମାନିତ ଅତିଥି ବୃନ୍ଦ "ପଞ୍ଚପ୍ରାଣ "ଉପରେ ବିଶେଷ ଭାବେ ଆଲୋକପାତକରି  ଛାତ୍ରଛାତ୍ରୀ ଙ୍କୁ ଉଦ୍ବୋଧନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାୟ ୧୮ ଟି ଅନୁଷ୍ଠାନ ରୁ ୭ ଟି ପ୍ରତିଯୋଗିତା ରୁ ୨୫୦ ଉର୍ଦ୍ଧ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପରିଶେଷ ରେ କୃତ୍ତିପ୍ରତୀଯୋଗୀ ମାନଙ୍କୁ ମାନପତ୍ର, ଫଳକ ଏବଂ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି ପ୍ରତିଯୋଗିତା ରେ ୧ମ ଓ ୨ୟ ସ୍ଥାନରେ ଥିବା ବିଜେତା ମାନେ ଭବିଷ୍ୟତ ରେ ରାଜ୍ୟସ୍ତରିୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ପ୍ରକାଶ କରାଯାଇଛି।


Post a Comment

0 Comments