ନୂଆଗାଁ ସଦର ମହକୁମାରେ ଥିବା ହାଇସ୍କୁଲ ପଡିଆ ପ୍ରାଙ୍ଗଣରେ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ବିଦ୍ୟାଳୟର ଅଧକ୍ଷ ପ୍ରଶାନ୍ତ ସାହୁଙ୍କ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଅନୁଷ୍ଠିତ କରିଥିଲେ. ଆଜି ସକାଳ ୯ଘଟିକା ସମୟରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଖେଳ ପଡିଆ ମଧ୍ୟରେ ଏକତ୍ରିତ ହୋଇଥିଲେ.ଏହି କ୍ରୀଡା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ୬ଟି ବିଭାଗକୁ ନେଇ ଖେଳ ପ୍ରତିଯୋଗୀତା ହୋଇଥିଲା.ସଠିକ ସମୟରେ ଉଦ୍ଘାଟନ ଉଶ୍ଚବ ଅନୁଷ୍ଠିତ ହୋଇ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର କ୍ରିଡା ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ ସମସ୍ତ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଷଷ୍ଠ ରୁ ଅଷ୍ଠମଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ସଂଧ୍ୟା ସମୟରେ ପ୍ରତିଯୋଗିତା ଶେଷ ହୋଇଥିଲା । ଶେଷରେ ଏହି ବାର୍ଷିକ କ୍ରିଡା ପ୍ରତିଯୋଗିତାର ଉଦଯାପନୀ ଉଶ୍ଚବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉଶ୍ଚବରେ ନୂଆଗାଁ ବିଡିଓ ଅମୃତ ରାଉଳ ,ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ ,ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧକ୍ଷ୍ୟା ମଧୁଲିତା ପଟନାୟକ ,ଅତିରିକ୍ତ ଶିକ୍ଷା ଅଧିକାରିଣୀ ଯୋଛନା ରାଣୀ ସେଠୀ ପ୍ରମୁଖ ଅତିଥିମାନେ ଉପସ୍ଥିତ ରହିଥିଲେ । ଅତିଥିମାନଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ ।
ଛାତ୍ର ଛାତ୍ରୀଙ୍କର ଶିକ୍ଷା ସହିତ କ୍ରିଡା ନିହାତି ଆବଶ୍ୟକ ରହିଥାଏ ନୂଆଗାଁ ବିଡିଓ ପିଲାଙ୍କୁ କହିଥିଲେ । ନୂଆଗାଁ ତହସିଲଦାର ମୋବାଇଲ ପ୍ରତି ଛାତ୍ର ଛାତ୍ରୀ ଆକର୍ଷିତ ନ ହୋଇ ପାଠପଢା ସହିତ ଖେଳ ନିହାତି ଆବଶ୍ୟକ ଯାହାକି ଛାତ୍ର ଛାତ୍ରୀଙ୍କର ଶାରୀରିକ ଓ ମାନସିକ ଦକ୍ଷତାକୁ ବୃଦ୍ଧି କରିବ ଏ ନେଇ ଛାତ୍ର ଛାତ୍ରୀଙ୍କୁ ସୂଚନା ଦେଇଥିଲେ । ଶେଷରେ ପୁରସ୍କାର ବିତରଣୀ ଉଶ୍ଚବ ଅନୁଷ୍ଠିତ ହୋଇଥିଲା କୃତୀ ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ଦେଇ ପୁରସ୍କୃତ କରିଥିଲା । ବାଳକ ବିଭାଗରେ ଆଶିଷ ପ୍ରଧାନ(୮ ) କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରେ ସୋୟମପ୍ରଭା ରଥ ଓ ସନ୍ଧ୍ୟାରଣୀ ପ୍ରଧାନ (୮)ଯୁଗ୍ମ ଚମ୍ପିୟାନ ହୋଇଥିଲେ । ନୂଆଗାଁ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକନଙ୍କୁ ଉପଢୌକନ ଦେଇ ସନ୍ନମାନି ତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସମସ୍ତ ଅତିଥି ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ ସଭା ସାନ କରିଥିଲେ ।
0 Comments