ନୂଆଗାଁରେ ଦୁର୍ନୀତି ନିବାରଣ ସଚେତନତା




 ଆଜି ଅପରାହ୍ନରେ ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତି”ର ବାର୍ତା ସମସ୍ତଙ୍କୁ ଦିଆଯାଇଥିଲା। ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ନେଇ କହୁଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ବାସ୍ତବରେ ରୂପାନ୍ତରିତ ହୋଇପାରିନାହିଁ। ସରକାରୀ କର୍ମଚାରୀ ମାନେ ନିଜ ନିଜର ମାନସିକତାରେ ପରିବର୍ତନ କଲେ ଯାଇ ଦୁର୍ନୀତିକୁ ହଟାଯାଇ ପାରିବ ବୋଲି ମଂଚାସୀନ ଅତିଥି ମନ୍ତବ୍ୟ ଦେଇଥିଲେ। ତେଣୁ ଦୁର୍ନୀତି ଅପେକ୍ଷା ଲୋକଙ୍କ କାମକୁ ଗୁରୁତ୍ବ ଦେବା ପାଇଁ ସରକାରୀ କର୍ମଚାରୀମାନଙ୍କୁ କୁହାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଭିଜିଲାନ୍ସ ଡିଏସପି ପ୍ରତ୍ୟୁଷ କୁମାର ମହାପାତ୍ର, ନୂଆଗାଁ ବିଡିଓ ବାସୁଦେବ ନାୟକ, ଅତିରିକ୍ତ ତହସିଲଦାର କବିରାଜ ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପଣ୍ତା, ଜିପିଡିଓ ଲାଲବାହାଦୂର ରଞ୍ଜିତଙ୍କ ସମେତ ବଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।


Post a Comment

0 Comments