ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଆମ୍ବଝରୀ ଗ୍ରାମରେ ଦଶହରା ପାଇଁ ସାଜ ସଜା ଆରମ୍ଭ ହୋଇଯାଇଛି. ଗ୍ରାମକୁ ସ୍ୱଛ ନିର୍ମଳ ସୁନ୍ଦର କରିବା ପାଈଁ ଲାଗିପଡିଛନ୍ତି ଗ୍ରାମବାସୀ. ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ ଗ୍ରାମ ପଶ୍ଚିମ ପାର୍ଶ୍ୱରେ ଥିବା ମା ପିତାବାଲିଙ୍କ ପିଠ ସଫା କରିଥିଲେ. ତତ ସହିତ ଗ୍ରାମ ଚତୁର୍ପାଶ୍ୱ ପରିଷ୍କାର କରିଥିଲେ. ଭାଇଚାର ଗ୍ରାମ ଅମ୍ବଝରୀ।୭୦ବର୍ଷ ପୂର୍ବରୁ ନୂଆଗାଁ ଅଂଚଳରେ ପ୍ରଥମେ ଅମ୍ବଝରୀ ଗ୍ରାମରେ ପ୍ରଥମ କରି ଆରମ୍ଭ ହୋଇଥିଲା ମା ଦୁର୍ଗାଙ୍କର ଦୁର୍ଗାପୂଜା. ପ୍ରଥମ କରି ସ୍ବର୍ଗତ ବନମାଳୀ ସାହୁ,ଭାଗିରଥି ସାହୁଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା ଦଶହରା. ଆଜି ସେହି ପ୍ରଚେଷ୍ଟା ନୂତନ ରୂପଣେଇଛି. ପ୍ରତେକ ବର୍ଷ ଗ୍ରାମବାସୀ ଏକତ୍ରିତ ହୋଇ ଦ୍ୱର୍ଗା ପୂଜା ଯାକଜମକରେ ପାଳନ କରିଥାନ୍ତି. ଚଳିତ ବର୍ଷ ମଧ୍ୟ ବହୁଡ଼ମ୍ବରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା. ଆଜିର ଗ୍ରାମର ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଧୀର ପ୍ରଦାନ, ଗ୍ରାମର ବା୍ଡମେମ୍ବର ସନ୍ତୋଷ ସାହୁ, ଗଜେନ୍ଦ୍ର ପ୍ରଧାନ,କିଶୋର ପରିଡା ସମେତ ସମସ୍ତ ଯୁବଗୋଷ୍ଠିତ ଉପସ୍ଥିତ ରହିଥିଲେ.
0 Comments