ନୂଆଗାଁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଘାଟିତ

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ନୂଆଗାଁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଥିବା ଖେଳପଡିଆରେ ଆରମ୍ଭ ହୋଇଯାଇଛି. ନୂଆଗାଁ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ, ସ୍କାଉଟ ଗାଇଡ଼, ଜେଆରସି ୟୁନିଟ ର ଛାତ୍ର ଛାତ୍ରୀ ଆଜି ଉଦ୍ଘାଟନି ଉତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କୁ  ସ୍ୱାଗତ କରି ଆୟୋଜିତ ସଭାକୁ ନେଇ ଯାଇଥିଲେ। ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କୁ ଉଦଘାଟିତ କରି ଅଛନ୍ତି. ଉକ୍ତ ପ୍ରତିଯୋଗିତାରେ ନୂଆଗାଁ ଶିକ୍ଷାବିଭାଗ ଅନୁକୂଲ୍ୟରେ ଥୁବା ୧୩ଟି କ୍ଲଷ୍ଟରର ଛାତ୍ର ଛାତ୍ରୀ ବ୍ଲକ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗ ନେଇଛନ୍ତି. ସଂଗୀତ, ତର୍କ, ସାଧାରଣଜ୍ଞାନ, ସୃଜନଶିଳ ଲିଖନ, ପ୍ରଗର୍ଭଭାଷଣ, ଚିତ୍ରାଙ୍କନ, ନୃତ୍ୟ, ଦିବ୍ୟାଙ୍ଗ ଗୀତ, ଦିବ୍ୟାଙ୍କ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର, ରଚନା, ପୋଷଣ ଚିତ୍ରାଙ୍କନ, ପୋଷଣ ଶିଳ୍ପକଳା ପ୍ରତିଯୋହିତ ଅନୁଷ୍ଠିତ ହେଵ. ବିଭିନ୍ନ ବର୍ଗର ବର୍ଗର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଵ. ଆଜିର ଉଦଘାଟିତ ଉତ୍ସବରେ ନୂଆଗାଁ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ନୂଆଗାଁ ସରପଞ୍ଚ ଅମିତା ପରିଡା, ସମିତିସଭ୍ୟା  ଶ୍ରଦ୍ଧାଞ୍ଜଳି ଶାସମଲ   ,୧୭ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା,ଅତିରିକ୍ତ ଶିକ୍ଷା ଅଧିକାରିଣୀ କବିତା ଦାସ, ଜ୍ଵଛନା ରାଣୀ ସେଠୀ ଉପସ୍ଥିତ ରହିଥିଲେ.ତତ ସହିତ ପ୍ରତେକ ବିଦ୍ୟାଳୟରୁ ଆସିଥୁବା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ.

Post a Comment

0 Comments