ନୂଆଗାଁ ବ୍ଲକ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ



********************

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୂଖରେ ଥିବା ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଚି। ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ, ଗାଇଡ଼, ଜେଆରସି ୟୁନିଟ ର ଛାତ୍ର ଛାତ୍ରୀ ମାନେ ଆଜି ଉଦ୍ଘାଟନି ଉତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କୁ  ସ୍ୱାଗତ କରି ଆୟୋଜିତ ସଭାକୁ ନେଇ ଯାଇଥିଲେ। ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ଉଦଘାଟିତ ଉତ୍ସବରେ ନୂଆଗାଁ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ନୂଆଗାଁ ସରପଞ୍ଚ ଅମିତା ପରିଡା, ସମିତିସଭ୍ୟା ଶ୍ରଦ୍ଧାଞ୍ଜଳି ଶାସମଲ ,୧୭ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା।


ଉକ୍ତ ସୁରଭି କାର୍ଯ୍ୟକ୍ରମରେ ନୂଆଗାଁ ଶିକ୍ଷାବିଭାଗ ଆନୁକୂଲ୍ୟରେ ଥିବା ୧୩ଟି କ୍ଲଷ୍ଟରର ଛାତ୍ର ଛାତ୍ରୀ ମାନେ  ବ୍ଲକ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ସଂଗୀତ, ତର୍କ, ସାଧାରଣଜ୍ଞାନ, ସୃଜନଶିଳ-ଲିଖନ, ଚିତ୍ରାଙ୍କନ, ନୃତ୍ୟ, ଦିବ୍ୟାଙ୍ଗ ଗୀତ, ଦିବ୍ୟାଙ୍କ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର, ରଚନା, ପୋଷଣ ଚିତ୍ରାଙ୍କନ, ପୋଷଣ ଶିଳ୍ପକଳା ଏମିତି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।



ଅପରାହ୍ନ ସମୟରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,ଦଶପଲ୍ଲା ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ, ନୂଆଗାଁ ବ୍ଲକ ଉପାଧକ୍ଷ ପର୍ଶୁରାମ ସ୍ୱାଇଁ, ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ ଶିକ୍ଷା ଅଧିକାରିଣୀ କବିତା ଦାସ, ଜ୍ୟୋସ୍ନା ସେଠୀ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ସିନେମା ଷ୍ଟାର ଓଁକାର   ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ନୂଆଗାଁ ପ୍ରାଇମେରୀ ସ୍କୁଲ ପିଲାଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ତତ୍ପରେ ଅତିଥି ମାନେ ଆଜିର ସୁରଭି କାଯ୍ୟକ୍ରମ କୁ ନେଇ ଅଭିଭାଷଣ ରଖିଥିଲେ । ମାନ୍ୟବର ସାଂସଦ ଅଭିଭାଷଣ ମାଧ୍ୟମରେ ନିଜର ପିଲାଦିନର କିଛି ଅନୁଭୂତି ପ୍ରକାଶ କରିଥିଲେ ତତ ସହିତ ଉପସ୍ଥିତ ଥିବା ଛାତ୍ର ଛାତ୍ରୀଙ୍କ ସହିତ ଫଟୋ ଉଠାଇଥିଲେ ।



 ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ପୁରସ୍କାର ଦିଆଯାଇଥିଲା । ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ  ଥିବା ବିଚାରକ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନ, ରବୀନ୍ଦ୍ର ଖଣ୍ଡୁଆଳ,କବିରାଜ ବିଶ୍ୱାଳ, ବିଭୁତି ଭୂଷଣ ମିଶ୍ର, ଦେବେନ୍ଦ୍ର ପରମ ଗୁରୁ, ଶୈଳ ସୁନ୍ଦର ଦାସ, ରବୀନ୍ଦ୍ର ବାରିକ, ସବରୀ ପରମଗୁରୁ, ପ୍ରଶାନ୍ତ କୁମାର ଦାସ ପ୍ରମୁଖ  ରହିଥିଲେ । ସୁରଭି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲା ମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ।  ଛାତ୍ର ଛାତ୍ରୀ ମାନେ ଶାରୀରିକ ତଥା ମାନସିକ ସ୍ତରରେ ନିଜକୁ ସୁଦୃଢ କରିବା , ଲୋକକଳା, ଲୋକ ସଂକୃତି କୁ ଉଜ୍ଜୀବିତ ରଖିବାର ମାଧ୍ୟମ ହେଉଛି ସୁରଭି କାର୍ଯ୍ୟକ୍ରମ । ଶେଷରେ ସମସ୍ତ ଛାତ୍ର ଛାତ୍ରୀଙ୍କ ସହିତ ମାନ୍ୟବର ସାଂସଦ କନ୍ଧମାଳ ସୁକାନ୍ତ ପାଣିଗ୍ରାହୀ ଷ୍ଟେଜ ଉପରେ ଏକତ୍ରିତ ଭାବରେ ଫଟୋ ଉଠାଇଥିଲେ । ପରିଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ସୁରଭି କାଯ୍ୟକ୍ରମ ଟି ସମସ୍ତ ସିଆରସିସି, କ୍ଲଷ୍ଟରୁ ଆସିଥିବା ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହଯୋଗ ରେ ସଫଳ ହୋଇଥିଲା ।



Post a Comment

0 Comments