ଶହେ ଛୁଇଁବା ପରେ ‘ସମ୍ବାଦ’କୁ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ
ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ବକୁ ଉଠି ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜନେତାମାନେ କାମ କରିବା ଉଚିତ। ଦଳ ଅପେକ୍ଷା ସେବା ମନୋବୃତ୍ତି ନେଇ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବା ଜରୁରି ବୋଲି ମକରଧ୍ବଜଙ୍କୁ ଶହେ ଛୁଇଁବା ଅବସରରେ ସେ ‘ସମ୍ବାଦ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଥିଲେ। ସେ କହିଥିଲେ ଯେ ହୀରାକୁଦ ନଦୀବନ୍ଧ ଦ୍ୱାରା ବାଘମୁଣ୍ଡାର ଯଦିଓ କିଛି ଅଂଶ ବୁଡ଼ିଥିଲା, ବସବାସ ପାଇଁ କିନ୍ତୁ ସମସ୍ୟା ହୋଇନଥିଲା। ସ୍ୱାଧୀନତା ପରେ ପ୍ରଥମ ନିର୍ବାଚନ ଲଢ଼ିବା ଅନୁଭୂତି ଥିଲା ନିଆରା। ସେ ସମୟରେ ତାଙ୍କ ନିର୍ବାଚନ ଖର୍ଚ୍ଚ ଥିଲା ସର୍ବମୋଟ ୮୫୦ ଟଙ୍କା। ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ସମୟରେ କୌଣସି ଛନ୍ଦକପଟ ନଥିଲା। ପ୍ରଚାରର ଏକମାତ୍ର ମାଧ୍ୟମ ଥିଲା ସାଇକେଲ। ସାମ୍ପ୍ରତିକ ସମୟରେ ଭୋଟ ରାଜନୀତି ମୁଖ୍ୟତଃ ଦଳ, ବାହୁବଳ ଓ ଅର୍ଥବଳ ଉପରେ ନିର୍ଭର କରୁଛି। କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ଓ ସେବକ ହୋଇ ରାଜନୀତି କରିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ଜିତିବାକୁ ହେଲେ ଲୋକଙ୍କ ହୃଦୟରେ ରହି ରାଜନୀତି କରିବାକୁ ହେବ ବୋଲି ସେ ପରାମର୍ଶ ଦେଇ ଯାଇଛନ୍ତି।
Copyright © 2022 Pratikhya All Rights Reserved Web Developer Mahesh Technology Designed By Mahesh Naik
0 Comments