ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀଙ୍କ ପ୍ରଥମ ବ୍ଲକସ୍ତରୀୟ କମିଟି ବୈଠକ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଠାରେ  ଆଜି ଅନୁଷ୍ଠିତ ଶୁଭଗାନ୍ଧୀ ଜୟନ୍ତୀ ଅବସରରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀଙ୍କ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ମୀନାକେତନ ପଟ୍ଟାନାଇକ୍ IHRD-ନୂଆଗାଁ  ବ୍ଲକ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ସେଠାରେ ଟିମ୍- IHRD ସମସ୍ତ ସଦସ୍ୟ ତାଙ୍କୁ ସ୍ୱାଗତ କରିଥିଲେ |ସମସ୍ତ ସଦସ୍ୟ ଗାନ୍ଧୀ ଜୟନ୍ତୀ IHRD କାର୍ଯ୍ୟାଳୟପରିସରରେ  ପାଳନ କରିଥିଲେ ।


ସାଧାରଣ ଜନତାଙ୍କ ସମସ୍ଯା  ,ବୃଦ୍ଧ ବୃଦ୍ଧା  ,ଅସହାୟକଙ୍କ ପାଇଁ   ଯଥାଶୀଘ୍ର ଏକ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଘର ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ମଧ୍ୟମରେ ବୃଦ୍ଧଶ୍ରମ ଓ ଅନାଥାଶ୍ରମ ଯଥାଶୀଗ୍ର ଆରମ୍ଭ ହେବ । ତତ ସହିତ ଉପସ୍ଥିତ ଥିବା ସମସ୍ତ କର୍ମକତାଙ୍କ ସହିତ ଆଲୋଚନା କରିଥିଲେ । ଉକ୍ତ ସଭାରେ ନୟାଗଡ ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ଦାସ ,ବ୍ଲକ ସଭାପତି ବିରଞ୍ଚିନାରାୟନ ଦାସ ,ଉପସଭାପତି ଦୀପକ ରଞ୍ଜନ ଶାସମଲ,ସାଧାରଣ  ସମ୍ପାଦକ ଦାଶରଥି ପ୍ରଧାନ ,ସମ୍ପାଦକ ଚିନ୍ମୟ କୁମାର ପ୍ରଧାନ,ସମାଜ ସେବି ରତ୍ନାକର ପ୍ରଧାନ , ପ୍ରମୁଖ ଉପାସ୍ଥିତ ରହିଥିଲେ

 

Post a Comment

0 Comments