ଲୁଣିସରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା




ଅଟୋ ଚାଳକ ମୃତ, ୨ ଆହାତ

ନୂଆଗାଁ ବ୍ଲକ ସୋରଡା ପଂଚାୟତ ଲୁଣିସରା ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦଶପଲ୍ଲାରୁ ନୂଆଗାଁ ଅଭିମୁଖେ ଆସୁଥିବା ଏକ ଅଟୋକୁ ଇନୋଭା କାର ଧକ୍କା ଦେଇଛି। ଘଟଣାରେ ଅଟୋ ଡ୍ରାଇଭର ମୃତ ହେବା ସହ ୨ ଜଣ ଆହାତ ହୋଇଛନ୍ତି। ଦୁର୍ଘଟଣା ଘଟାଇ କାର ଚାଳକ ଫେରାର ହୋଇଯାଇଛି।

ସୂଚନା ମୁତାବକ, ଆଜି ଦ୍ବିପ୍ରହର ସମୟରେ ଓଡଗାଁ ଅଂଚଳର ଏକ ପରିବାର ଅଟୋ (ଓଡି ୨୫ ସି ୪୦୦୨) ଯୋଗେ ଦଶପଲ୍ଲାରେ ଝିଅକୁ ଛାଡି ଘରକୁ ଫେରୁଥିଲେ। ଅଟୋଟି ଲୁଣିସରା ନିକଟରେ ପହଂଚିବା ବେଳେ ଏକ ଇନୋଭା କାର(ଓଡି ୦୨ ବିଡବ୍ଲୁ ୧୭୨୭) ଅଟୋକୁ ଧକ୍କା ହୋଇଥିଲା। ଯାହାଦ୍ବାରା ଅଟୋଟି ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚି ଆହାତ ବ୍ୟକ୍ତିଙ୍କୁ ନୟାଗଡ ନେଇଯାଇଥିଲେ। ଏହି ଦୁର୍ଘଟଣାରେ ଓଡଗାଁ ସାକେରୀ ଅଂଚଳର ଅଟୋ ଚାଳକ ବିରଂଚି ନାରାୟଣ ପ୍ରଧାନ ମୃତ୍ୟୁବରଣ କରିଥିବା ବେଳେ ଭଡାରେ ଆସିଥିବା ଦୁଇଜଣ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି। ଇନୋଭା କାର ଚାଳକ ଫେରାର ଥିବା ଜଣାପଡିଛି। ଘଟଣାସ୍ଥଳରେ ନୂଆଗାଁ ପୁଲିସ ପହଂଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Post a Comment

0 Comments