ନୟାଗଡ ଜିଲ୍ଲା ମହିଳା ସଶକ୍ତି କରଣ ପାଇଁ ରାଜ୍ୟ ସରକାର ଆରମ୍ଭ
କରିଥିବା ସୁଭଦ୍ରା ଯୋଜନାରେ ଅଧର୍ଯ୍ୟ ନ ହୋଇ
ଶାନ୍ତି ଶୃଙ୍ଖଳାରେ ଆବେଦନ କରିବାକୁ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାବାସୀଙ୍କୁ ନିବେଦନ
କରିଛନ୍ତି । ଏହି ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ
ଦେବ ଦତ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ । ଜିଲ୍ଲାରେ ୩ଲକ୍ଷ
୪୮ ହଜାର ମହିଳା ସାମିଲ ହେବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଜିଲ୍ଲା ର ୧୫୪୮ଅଙ୍ଗନବାଡି କେନ୍ଦ୍ର, ୪୬୩ ସିଏସସି , ୩୪୬ ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ ବ୍ୟବସ୍ଥା ହୋଇଛି ।
ମହିଳାଙ୍କ ପାଇଁ
ପାନୀୟ ଜଳ, ଶୋଚାଳୟ ବ୍ୟବସ୍ଥା କରିବାକୁ ବିଡ଼ିଓଙ୍କୁ
ପରାମର୍ଶ ଦିଆଯାଇଛି । ବ୍ୟାଙ୍କ ଖାତାରେ ଆଧାର ଲିଙ୍କ
ପାଇଁ ସମସ୍ତ ବ୍ୟାଙ୍କକୁ ସହଯୋଗ କରିବାକୁ କୁହାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁଭଦ୍ରା ସମ୍ପର୍କିତ ସେବା ଓ ସହାୟତା ନିମନ୍ତେ ଜିଲ୍ଲାର ୮ ଗୋଟି ଶିଶୁ ବିକାଶ
ପ୍ରକଳ୍ପ” ହେଲ୍ପଡେସ୍କ” ର ବ୍ୟବସ୍ଥା କରାଯାଇଛି ଓ ଅଭିଯୋଗ ଶୁଣାଣି ନିମନ୍ତେ ଜିଲ୍ଲା ଅଫିସ ରେ ଏକ
ସୁଭଦ୍ରା ସେଲ ଗଠନ କରି ଉଚ୍ଚ ପଦସ୍ଥ
ଅଧିକାରୀ ମାନଙ୍କ ତତ୍ତ୍ଵାବଧାନରେ ଅଭିଯୋଗ ସମାଧାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଆବେଦନ ଯେ କୌଣସି ସମୟରେ କରି
ପାରିବେ, ଆଦୈ ତରବରିଆ ନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
0 Comments