ଜିଲ୍ଲା ସ୍ତରୀୟ ବ୍ୟାଟମୀଣ୍ଟନ, ସତରଙ୍ଗ, ଯୋଗ ମନୋନୟନ ପ୍ରତିଯୋଗୀତା



ନୂଆଗାଁ ବ୍ଲକ ଅନ୍ତର୍ଗତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ,ଚାହାଳି ଠାରେ ନୟାଗଡ଼ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ବ୍ୟାଡ୍‌ମିଣ୍ଟନ୍,ସତରଞ୍ଜ,ଯୋ ଗ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ. ନୟାଗଡ଼ ଜିଲ୍ଲାର ୮ଟି ବ୍ଲକର ୨୬୦ଜଣ ପ୍ରତିଯୋଗୀ ଉକ୍ତ ପ୍ରତିଯୋଗିତାରେ ଯୋଗ ଦେଇଥିଲେ. ସମସ୍ତ ବ୍ଲକର କ୍ରୀଡା ଶିକ୍ଷକଙ୍କ ଉପସ୍ଥିଥିତିରେ ଏହି ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି. ଯେଉଁମାନେ ଏହି ପ୍ରତିଯୋଗିତାରେ ଉତୀର୍ଣ୍ଣ ହେବେ ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବେ. ଉକ୍ତ କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲାପରିଷଦ ସଭାପତି ଇଞ୍ଜିନିଅର ଦେବାଶିଷ ପଟନାୟକ,ଶିକ୍ଷା ଅଧିକାରିଣୀ    ରାଜଶ୍ରୀ ପଟ୍ଟନାୟକ , ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ସୁବାଷ ଚନ୍ଦ୍ର ବେହେରା ସରପଞ୍ଚ ଚାହାଳି,ସମିତି ସଭ୍ୟା ଅଶ୍ୱିନୀ ଆଚାର୍ଯ୍ୟ ପ୍ରମୁଖ ଅତିଥି ଯୋଗଦେଇଥିଲେ.

Post a Comment

0 Comments