ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଂପଡା ଗ୍ରାମର ଥିବା ଚିନ୍ତାମଣି ବିଦ୍ୟାପୀଠ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ଆଜିର ଦିନଟି ଚିର ସ୍ମରଣୀୟ . ଉକ୍ତ ଉତ୍ସବଟି ପୁରାତନ ଛାତ୍ର ସଂସଦ ଏବଂ ବିଦ୍ୟାଳୟ ଅନୁକୂଲ୍ୟରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି.ସରକାରୀ ଭାବରେ ଆଜି ବିଦ୍ୟାଳୟର ଶିକ୍ଷକ ପୁରୁଷୋତ୍ତମ ପରିଡା ଅବସର ନେବେ, ତତ ସହିତ ପୂର୍ବରୁ ୨ଜଣ କର୍ମଚାରୀ ଅବସର ନେଇ ସାରିଛନ୍ତି। ଯୁଧିଷ୍ଠର ନାୟକ,ଶିକ୍ଷାକର୍ମଚାରୀ, ଚରଣ ମାର୍ଥା।
ବିଦ୍ୟାଳୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଉନ୍ନୟନ କାର୍ଯ୍ୟକ୍ରମରେ ଯୋଗଦେଇ ଆସିଛନ୍ତି. ଆଜି ସେହି ମହାନ ପୁରୁଷମାନଙ୍କର ଅବସର ପାଇଁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ସଭାର ପ୍ରାରମ୍ଭ ବିଦ୍ୟାଳୟ ପରିସରରେ ଥିବା ସ୍ବର୍ଗତ ଚିନ୍ତାମଣି ମଲିକ ଏବଂ ଯୁଗଳକୀଶ୍ୱର ପରିଡାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯାଇଥିଲା। ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଖେଳ ପଡିଆରେ ସଭାର ଆୟୋଜନ କରାଯାଇଥିଲା।
ଉକ୍ତ ସଭାରେ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ପ୍ରମୋଦ କୁମାର ଖଣ୍ଡୁଆଳ, ସମ୍ପାଦକ ସୁଧୀର କୁମାର ପରିଡା ଙ୍କ ତୱାବ ଧାନରେ ଅନୁଷ୍ଠିତ ହୋଇଥିଲା.ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା,ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସିଆରସିସି କୈଳାଶ ନାୟକ,ବିଦ୍ୟାଳୟ ପ୍ରଧାନଶିକ୍ଷକ ଭୀମସେନ ସାହୁ, ବିନାୟକ ପରିଡା, ହରିହର ତ୍ରିପାଠୀ , ପରମାନନ୍ଦ ପରିଡା,ସଂସ୍କୃତ ଶିକ୍ଷକ ଗୋପାଳଚନ୍ଦ୍ର ରାୟଗୁରୁ,ହିନ୍ଦୀ ଶିକ୍ଷକ ହୃଷିକେଶ ପ୍ରଧାନ, ଅବସର ପ୍ରପାତ ଅଧ୍ୟାପକ ଭିକାରୀ ସ୍ୱାଇଁ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ ଦାସ,ପୁରାତନ ଛାତ୍ର ଶଙ୍କର ବେହେରା,ଗାଲେଖ ଗୋଛାୟତ, ଶ୍ରୀଧର ବେହେରା ଏବଂ ଅନ୍ୟାନ୍ୟ ବିଦ୍ୟାଳୟର ନିମନ୍ତ୍ରିତ ଅତିଥି ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ।ସଭାର ପ୍ରାରମ୍ଭରେ ମଂଚାସୀନ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା. ଉପସ୍ଥିତ ଥୁବା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଅଭିଭାଷଣ ମାଧ୍ୟମରେ ଗୁରୁଙ୍କର ଗୁଣ ଗାଣ କରି ଥିଲେ. କିଭଳି ସେମାନଙ୍କର ନିଷ୍ଠା ଅଧବସାୟ ବଳରେ ଚିନ୍ତାମଣୀ ବିଦ୍ୟାଳୟ ପିଠ ଜିଲ୍ଲା ରାଜ୍ୟସ୍ତରରେ ପରିଚିତ ହୋଇଛି. ସ୍ୱର୍ଗତ ଯୁଗଳ କିଶ୍ବର ପରିଡା ସ୍କୁଲରେ ନଥିଲେ ମଧ୍ୟ ଆଜି ତାଙ୍କର ଗୁଣଗାଣ କରିବା ସହିତ ୩ ମହାନ ପୁରୁଷଙ୍କ ଅବସରରେ ସମସ୍ତେ ଗୁଣଗାଣ କରିଥିଲେ.ଆଜିର ସଭାରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା. ଆଖିରେ ଲୁହ, ମନରେ କୋହ ଦେଖୁବାକୁ ମିଳିଥିଲା. ସେ ମହାନ ପୁରୁଷ ମାନଙ୍କର ଅବସରେ ସମସ୍ତେ ଶୋକର ଅଶ୍ରୁ ଆସିଯାଇଥିଲା. ଉପସ୍ଥିତ ଥିବା ଅତିଥି ମାନେ ନିଜର ଅନୁଭୂତିକୁ ଅନ୍ତରରୁ ଉପସ୍ଥାପନ କରିଥିଲେ ଅଭିଭାଷଣ ମାଧ୍ୟମରେ। ନୂଆଗାଁ ବ୍ଲକ ଅଧକ୍ଷା ଏହି ବିଦ୍ୟାଳୟର ଛାତ୍ରୀ ହୋଇଥୁବାରୁ ନିଜକୁ ଭାଗ୍ୟମତି ହୋଇଛନ୍ତି ଏହି ଗୁରୁମାନଙ୍କ ଆଶୀର୍ବାଦ ହିଁ ଏକାମ୍ର କାମନା କରିଥିଲେ.ପୁରାତନ ଛାତ୍ର ଚିନ୍ମୟ କୁମାର ପ୍ରଧାନ,ଲିଙ୍ଗରାଜ ପରିଡା ନିଜର ଅନୁଭୂତି ଏବଂ ବିଦ୍ୟାଳୟର ଉର୍ନ୍ନତିର ଗୁଣଗାଣ କରିଥିଲେ.ତତ ପରେ ଉପସ୍ଥିତ ଥିବା ଶିକ୍ଷକ ନିମଂତ୍ରିତ ଅତିଥିମାନେ ନିଜସ୍ୱ ଅନୁଭୂତି ବାଖ୍ୟା କରିଥିଲେ.ବିଜ୍ଞାନ ଶିକ୍ଷକ ବିନାୟକ ପରିଡା ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ର ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ବିଦ୍ୟାଳୟ ର ଉର୍ନ୍ନତି ପାଈଁ ଲାଗିପଡିବା. ଶେଷରେ ଅବସର ନେବାକୁ ଥିବା ଶିକ୍ଷକ ପୁରୁଷୋତ୍ତମ ପରିଡା ସଭିଙ୍କର ପ୍ରିୟ ଶିକ୍ଷକ ଜୀବନର ୩୬ବର୍ଷର ଅଭିଜ୍ଞାତାକୁ ପରିପ୍ରକାଶ କରିଥିଲେ. କିଭଳି ବିଦ୍ୟାଳୟର ଉର୍ନ୍ନତିରେ ସମସ୍ତ ବିଦ୍ୟାଳୟ କର୍ମଚାରୀ ଏବଂ ଛାତ୍ର ଛାତ୍ରୀଙ୍କ ଅବଦାନ କୁ ହୃଦୟରୁ ବାଖ୍ୟା କରିଥିଲେ. ଜଙ୍ଗଲ ବଣବୁଦା ରେ ପୂର୍ଣ୍ଣାଙ୍ଗ ରୂପ ନେଇଛି ଚିନ୍ତାମଣୀ ବିଦ୍ୟାପୀଠ. ୨ଜଣ ସେହି ମହାମନିସି ଚିନ୍ତାମଣୀ ମଲିକ ଓ ଯୁଗଳକିଶ୍ୱର ପରିଡାଙ୍କ ସ୍ୱପନର ମନ୍ଦିର ଆଜି ସାକାର ରୂପଣେଇଛି. ସେ ଦୁଇଜଣ ଆଗରୁ ଚାଲିଯାଇଥିଲେ ଏ ଧରାପୃଠରୁ. କିନ୍ତୁ ଆଜି ୩ଜଣ କର୍ମଚାରୀ ଆଜି ବିଦାୟ ନେଉଛୁ। ଛାତ୍ର, ଶିକ୍ଷକ ଏବଂ ବିଦ୍ୟାଳୟ କର୍ମଚାରୀଙ୍କ ଭଲପାଇବାକୁ ଶୋକାକୁଳ ନୟନରେ ନିଜର ହୃଦୟର ବ୍ୟଥାକୁ ପ୍ରକାଶ କରିଥିଲେ.ଜୀବନର ଶେଷ ପ୍ରଶ୍ନ କରିଥିଲେ ମୋତେ ପଚାର, କଣ ପଚାରିବାର ଏ ହେଉଛି ମୋର ଶେଷ ପ୍ରଶ୍ନ ଆଉ ସେ ମୁହୂର୍ତ୍ତ ଆସିବନି।ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ନିଜ ଅଭିଭାଷଣ ସମାପ୍ତ କରିଥିଲେ।ଶେଷରେ ୩ ଅବସର ନେଉଥିବା ଶିକ୍ଷକ ଏବଂ ବିଦ୍ୟାଳୟ କର୍ମଚାରୀଙ୍କୁ ବିଦାୟ କାଳୀନ ସମ୍ଭାର୍ଦ୍ଧନା ଦିଆଯାଇଥିଲା। ଗ୍ରାମ ପରିକ୍ରମା କରି ବିଦାୟ ଦିଆଯାଇଥିଲା.
0 Comments