ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗୀତା ଅନୁଷ୍ଠିତ । ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ନୃତ୍ୟ, ସାଧାରଣଜ୍ଞାନ, ଚିତ୍ରାଙ୍କନ, ଶିଳ୍ପକଳା, ସୃଜନଶୀଳତା, ଗଣିତଦୌଡ ଭଳି ୩୦ ଗୋଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଟି ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ବ୍ଳକସ୍ତରକୁ ଉତୀର୍ଣ୍ଣ ହୋଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ପ୍ରଧାନ, ରବି ନାରାୟଣ ଖଣ୍ଡୁଆଳ, ନୂଆଗାଁ ସରପଞ୍ଚ ଅମିତା ପରିଡା, ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭୀମସେନ ଦାସ, ପ୍ରସନ୍ନ କୁମାର ମିଶ୍ର, କୈଳାସ ଚନ୍ଦ୍ର ନାୟକ, ସୁଧୀର କୁମାର ପ୍ରଧାନ, ରଶ୍ମିତା ପ୍ରଧାନ, ପଦ୍ମିନୀ ରାଉତ, ଅମ୍ରିତା ପ୍ରିୟ ଦର୍ଶିନୀ ପ୍ରଧାନ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। ସେହିପରି
ଶିବରାମ ନୋଡାଲ ଉପ୍ରା ବିଦ୍ୟାଳୟ ବନ୍ତଳା ଠାରେ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିମାଞ୍ଚଳ ସେନାପତି ସମ୍ମାନୀତ ଅତିଥି ଭାବେ ସି ଆର୍ ସି ବୀରକିଶୋର ବଳବନ୍ତ ସିଂହ, ଏବଂସିଙ୍ଗାରପଲ୍ଲୀ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ସିମାଞ୍ଚଳ ସେନାପତି , ଧରଣୀଧର ସେନାପତି, ସୁଶିଲ କୁମାର ଦାସ, ଅନନ୍ତ ସାହୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକୁମାର ପ୍ରଧାନ , ସ୍ୱରୁପ କୁମାର ସାହୁ, ଶିକ୍ଷୟିତ୍ରୀ ସୁଷମା ସାହୁ ପ୍ରମୁଖ ଯୋଗ ଦେଇଥିଲେ ମଞ୍ଚ ପରିଚାଳନା କରିଥିଲେ ଆମ୍ଵ ପଡ଼ାପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭବାନୀ ପ୍ରସାଦ ସାହୁ। ଆଜିର ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କର କିପରି ଅନ୍ତର୍ନିହିତ ଗୁଣାବଳିର ବିକାଶ ହୋଇଥାଏ ସେ ଉପରେ ମୂଖ୍ୟ ଅତିଥି ମହୋଦୟ ଆଲୋଚନା କରିଥିଲେ। ବନ୍ତଳା କ୍ଳଷ୍ଟରରେ ଥିବା ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।ଏହି ସୁରଭି କାର୍ଯ୍ୟକ୍ରମରେ କୁଇଜ୍, ଚିତ୍ରାଙ୍କନ, ସଙ୍ଗିତ, ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା।
ଭରତ ନୋଡାଲ କୋରଡ଼ା ରେ କ୍ଲଷ୍ଟର ସି ଆର୍ ସି ସି ଶ୍ରୀନିବାସ ରଥ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ନିରୁପମା ପାତ୍ର ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରିଣୀ କବିତା ଦାଶ,ପଞ୍ଚାୟତ ହାଇସ୍କୁଲ୍ କୋରଡ଼ା ପ୍ରଧାନ ଶିକ୍ଷକ ଦିଲୀପ କୁମାର ଖଣ୍ଡୁଆଳ,ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ,ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମହାପାତ୍ର ପ୍ରମୁଖ ଯୋଗଦେଇ ଶିଶୁ ମହୋତ୍ସବ ସୁରଭି ଦ୍ଵାରା କିପରି ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ ବୋଲି କହିଥିଲେ l
ଜଗନ୍ନାଥପ୍ରସାଦ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଫକିର ମୋହନ ସାହୁ ମୁଖ୍ୟ ଅତିଥି ଭ୍ବାରେ ଯୋଗଦେଇ ଉପକୃତ ହୋଇଥିବା ପ୍ରତିଯୋଗୀ ମାନନଙ୍କୁ ପୁରସ୍କୃତ କରିଥିଲେ ।ମୀନକେତନ ସ୍ମାରକୀ ସଂସ୍କୃତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ସାନ୍ତାଳି ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା ।
0 Comments