ନୂଆଗାଁ ସକାଳ ୮ଘଣ୍ଟା ସମୟରେ ହାମସ ସ୍ଵଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ସିକ୍ରିଡା ଗ୍ରାମରେ ମହିଳା ଓ ପୁରୁଷ, ଯୁବ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମୋ ଭାରତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉପରେ ସଚେତନତା କରାଯାଇଅଛି। ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ହରଷ କୁମାର ପରିଡ଼ା ଙ୍କ ଉପସ୍ଥିତିରେ ହାମ୍ସ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଆଗେଇ ନେଇଥିଲେ। କିପରି ଆମ ପରିବେଶକୁ ଯେମିତି ପରିଷ୍କାର ପରିଚ୍ଛନ୍ନତା ରଖିବା, ନିଶାନିବାରଣ କରିବା, ବୃକ୍ଷରୋପଣ କରିବା ପରେ ମନ୍ଦିର ଚତୁଃପାର୍ଶ୍ୱ ପରିଷ୍କାର ପରିଚ୍ଛନ୍ନତା କରିବା। ରାଲି ମାଧ୍ୟମରେ ସିକ୍ରିଡ଼ା ଗ୍ରାମରେ ଘରକୁ ଘର ବୁଲି ସମସ୍ତ ଅଳିଆ ଆବର୍ଜ୍ଜନା ପଲିଥିନ୍ ପ୍ଲାଷ୍ଟିକ ସଂଗ୍ରହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହାମ୍ସ ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ମହାପାତ୍ର, ଅନୁଷ୍ଠାନର କର୍ମକର୍ତ୍ତା ସୁନୀତା ଦାସ ଗୁପ୍ତା, ଗାୟତ୍ରୀ ସାହୁ, ବିଷ୍ଣୁପ୍ରିୟା ମିଶ୍ର, ବିକ୍ରମ କେଶରୀ ମହାରଣା, ଉମେଶ ଚନ୍ଦ୍ର ଜେନା, ବିରଞ୍ଚି ନାରାୟଣ ଚମ୍ପତି ପ୍ରମୁଖ ଯୋଗ ଦେଇଥିଲେ।
0 Comments