ନୂଆଗାଁ ଥାନା ପୁଲିସ ବାଇକ୍ ସହ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି।ସୂଚନା ଥାଉକି ଇଟାମାଟି ଥାନା ଭିରୁଡ଼ା ଗ୍ରାମର ହୃଷିକେଶ ବେହେରାଙ୍କ ପୁଅ ସନ୍ତୋଷ କୁମାର ବେହେରା( ୨୮ ବର୍ଷ)ଏକ ମଟର ସାଇକେଲ ଗାଡି (ଓଡି - ୦୨- ବିପି - ୦୪୧୫) ଫୁଲବାଣୀରୁ ଇଟାମାଟି ଯାଉଥିବା ବେଳେ ୫୭ ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ର ପୁର ଠାରେ ନୂଆଗାଁ ଥାନା ପୁଲିସ୍ ବାଇକକୁ ଅଟକାଇ ଗାଡି ଯାଞ୍ଚ କଲାବେଳେ ଗାଡି ରୁ ଗଞ୍ଜେଇ ବାହାରିଥିଲା। ଗାଡି ସହ ଗାଡି ଚାଳକକୁ ଥାନାକୁ ଆଣି ୩ କିଗ୍ରା ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏ ନେଇ ୧୭୯ /୨୪ ରେ ଏକ ମାମଲା ରୁଜୁ କରିବା ସହ ଗାଡି ଚାଳକକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
0 Comments