ଆଦର୍ଶ ବିଦ୍ୟାଳୟର ଦଶମ ଫାଉଣ୍ଡେସନ ଦିବସ ପାଳିତ

 



 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଓଡିଶା ଆଦର୍ଶ ବିଦ୍ୟାଳୟ ତରଫରୁ ଦଶମ ଫାଉଣ୍ଡେସନ ଦିବସ ସମାରୋହ “ସ୍ପାର୍କ” ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ତହସିଲଦାର ହେମନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଳକ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ସାହୁ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ମଧୁଲିତା ପଟ୍ଟନାୟକ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭୀମସେନ ଦାସ, ସିଆରସିସି କୌଳାସ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ, ଭବାନୀ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜିର କାର୍ଯ୍ୟକ୍ରମକୁ ନୂଆଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏଥିସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ସୁସ୍ଥ ସମାଜରେ ଭଲ ମଣିଷ ହେବା ପାଇଁ ଅତିଥି ମାନେ ପ୍ରେରଣା ଦେଇଥିଲେ। ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୁଭସ୍ମିତା ମାହାର, ଇତ୍ୟାଶା ମିଶ୍ର, ଦେବସ୍ମିତା ସାହୁ, ସ୍ବର୍ଣ୍ଣପ୍ରଭା ଚଣ୍ଡ, ଅର୍ପିତା ହିମାନୀ, ଶିକ୍ଷକ ନବକିଶୋର ମାର୍ଥା, କିର୍ତ୍ତୀ କିରଣ ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ।

Post a Comment

0 Comments