ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟରେ ଗୁରୁଦିବସ ଅନୁଷ୍ଠିତ


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମରେ ଥିବା ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟରେ ଗୁରୁଦିବସ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନିକ ଭାବରେ ଉପଶାସ୍ତ୍ରୀ ,ଶାସ୍ତ୍ରୀ ର ଛାତ୍ର ଛାତ୍ରୀ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆଜିର ମହାନ ଦିବସକୁ ପାଳନ କରି ଅଛନ୍ତି । ଆଜି ହେଉଛି ଡ ॰ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଜୟନ୍ତୀ । ସାରା ଭରତ ବର୍ଷର ଆଜିର ଦିନକୁ ଗୁରୁ ଦିବସ ରୂପରେ ପ୍ରତେକ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଅଛି । ସେହିପରି ଆଜି ମହାବିଦ୍ୟାଳୟ ମଧ୍ୟରେ ଅଧକ୍ଷ୍ୟ ସମସ୍ତ ଅଧ୍ୟାପକଙ୍କୁ ନେଇ ପାଳନ କରା ଯାଇଛି ।  ମହବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଗୁରୁ ସ୍ଵର୍ଗତ ମୀନକେତନ ପଟନାୟକଙ୍କ ପ୍ରତି ମୂର୍ତିରେ ଫୁଲ ଚନ୍ଦନ ଦେଇ ପୁଷ୍ପମାଲ୍ୟ ଦିଆଯାଇଥିଲା । ସେ ଥିଲେ ଜଣେ  ଶିକ୍ଷକ ତାଙ୍କରି ନାମରେ ତାଙ୍କର  ସୁପୁତ୍ର ଲକ୍ଷ୍ମୀନାରାୟଣ ପଟନାୟକ ବାପାଙ୍କ ସ୍ମୃତି ଉଦେଶ୍ୟରେ ମହାବିଦ୍ୟାଳୟଟି ସ୍ଥାପନ କରିଥିଲେ । ସେ ମହାନ ଗୁରୁଙ୍କୁ ଆଜି ଗୁରୁଦିବସରେ ଭୂମିଷ୍ଟ ପ୍ରଣାମ କରି ଆଶ୍ରିବାଦ ଗ୍ରହଣ କରି ଥିଲେ ଛାତ୍ର ଛାତ୍ରୀ । ମହାବିଦ୍ୟାଳୟର ସଭା ଗୃହରେ ଗୁରୁଦିବସ ପାଇଁ ଏକ ସଭାର ଆୟୋଜନ କରଯାଇଥିଲା । ଛାତ୍ର ଛାତ୍ରୀ ଗୁରୁଜୀ ମାନଙ୍କର ପାଦ ଧୋଇ ସଭାଗୃହକୁ ନିମନ୍ତ୍ରଣ କରିଥିଲେ । ବିଦ୍ୟାଳୟର ଅଧକ୍ଷ ପଦ୍ମଚରଣ  ସାହୁ ଡ॰ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ପ୍ରତି ଛବିରେ ପୁଷ୍ପମାଲ୍ୟ ଦୀପଧୂପ ଦେଇ ଗୁରୁବନ୍ଦନା ଗାନ କରିଥିଲେ  । ତତ ପରେ ଉପସ୍ଥିତ ଥିବା ସମସ୍ତ ଗୁରୁଙ୍କୁ ଫୁଲ ଚନ୍ଦନ ,ଫୁଲତୋଡା ଦେଇ ସ୍ଵାଗତ କରଯାଇଥିଲା । ଛାତ୍ର ଛାତ୍ରୀ ନିଜସ୍ଵ ଅଭିଭାଷଣରେ ଅଜିଦିନର ମହାତ୍ମିକତା କୁ ପ୍ରକାଶ କରିଥିଲେ ଅଭିଭାଷଣ ମାଧ୍ୟମରେ ।  ଉପସ୍ଥିତ ଥିବା ଅଧ୍ୟାପକ ନିଜର ଅଭିଭାଷଣ ଦେଇଥିଲେ  । ଶେଷରେ ମହାବିଦ୍ୟାଳୟର ଅଧକ୍ଷ ନିଜସ୍ଵର ଅଭିଭାଷଣ ମଧ୍ୟମାରେ ଛାତ୍ର ଜୀବନରେ ଗୁରୁ ଶିଷ୍ୟଙ୍କର ସମ୍ପର୍କୁ ବକ୍ଷା କାରୀ ସଭାସାନ କରିବା ପାଇଁ ଅନୁମତି ଦେଇଥିଲେ । 

Post a Comment

0 Comments