ବିକଳାଙ୍ଗ ଅବସ୍ଥାରେ ମହିତମା ଯାତ୍ରୀ ବିଶ୍ରାମ ଗୃହ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜାତୀୟ ରାଜପଥ ମହିତମା ଛକରେ ଥିବା ଯାତ୍ରୀ ବିଶ୍ରାମ ଗୃହ ବିକଳାଙ୍ଗ ଅବସ୍ଥାରେ ପଡିରହିଛି । ସୂଚନା ଥାଉକି ୩୫ ବର୍ଷ ରୁ ଅଧିକ ହେବ ଏହି ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ହେବାର । କିନ୍ତୁ ଏବେ ତାର ବିକଳାଙ୍ଗ ଅବସ୍ଥା ହୋଇପଡୁଛି । ପ୍ରତେକ ଦିନ ଏହି ଛକରେ ଦଶପଲ୍ଲା ,ମହିତମା ,ସିକ୍ରୀଡା ,ଜଗନ୍ନାଥପ୍ରସାଦ ,ଅନ୍ଧାଖଣି ଜନ ସାଧାରଣ ଏହି ଛକ ଦେଇ ଯାତାୟାତ କରି ଥାନ୍ତି । କିନ୍ତୁ ଆଜି ଏହି ଗୃହ ଟି କୌଣସି କାମରେ ଆସୁନାହିଁ । କାରଣ ତାର ଚତୃ ପାର୍ଶ୍ଵ ଅବ୍ୟବସ୍ଥାରେ ପଡି ରହିଛି । ଘରର ଛାତ କେତେ ବେଳେ ଭୁସୁଡିଜୀବ । କାନ୍ଥ କଥା କହିଲେ ନ ସରେ । ଏହି ରାସ୍ତା ଦେଇ ପ୍ରତେକ ଦିନ ନେତା ବଡ ବଡ ଅଫିସର ଯାତାୟାତ କରୁଛନ୍ତି କିନ୍ତୁ କାହାରବି ଦ୍ରୁଷ୍ଟି ପଡୁଣୀ । ପ୍ରତେକ ଦିନ ଯାତାୟାତ କରୁଛିବା ପଥଚାରୀ ମୁଣ୍ଡ ଟିକିଏ ଗୁଞ୍ଜିବା ପାଇଁ ଏ ଦୋକାନ ସେ ଦୋକାନ ଉପରେ ନିର୍ଭର କରୁଛନ୍ତି । ଯାହାକି ସଧାରଣରେ ଆଲୋଚନା ହେଉଛି ।  

Post a Comment

0 Comments